Latest Odisha News

BREAKING NEWS

ପୁଣି ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବ ଦ୍ବିତୀୟ ଥର ପାଇଁ ଯିବେ କି ରାଜ୍ୟସଭା?

ଭୁବନେଶ୍ୱର: ପୁଣି ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ କି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ? ଓଡ଼ିଶାରୁ ଖାଲି ହେବାକୁ ଯାଉଥିବା ତିନି ରାଜ୍ୟସଭା ଆସନରୁ ବିଜେଡ଼ିର ୨ ପ୍ରାର୍ଥୀ ଆଜି ନାମାଙ୍କନ ଭରି ସାରିଛନ୍ତି । ଏହା ପରେ ତୃତୀୟ ପ୍ରାର୍ଥୀ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହାରି ଭିତରେ ଅଶ୍ବିନୀ ବୈଷ୍ନବଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

ଗୁରୁବାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଗୋଟିଏ ପଟେ କେନ୍ଦ୍ର ସରକାର ଅନେକ ରାଜ୍ୟସଭା ସାଂସଦଙ୍କୁ ଲୋକସଭା ଟିକେଟ ଦେବ ବୋଲି କୁହାଯାଉଛି। ଆଉ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। କିନ୍ତୁ ଧର୍ମେନ୍ଦ୍ରଙ୍କୁ ବିଜେପି ଦୁଇ ଥର ରାଜ୍ୟସଭାକୁ ପଠାଇଛି। ତେଣୁ ଏହି ଆଧାରରେ ବିଜେପି ଅଶ୍ୱିନୀଙ୍କୁ ଦୁଇ ଥର ରାଜ୍ୟସଭାକୁ ପଠାଇପାରେ। ଯେହେତୁ ଓଡ଼ିଶାରେ ବିଜେପିର ବିଧାୟକ ସଂଖ୍ୟା କମ୍ ବା ତୃତୀୟ ଆସନ ପାଇଁ ଆବଶ୍ୟକ ବିଧାୟକଙ୍କ ସଂଖ୍ୟା କମ୍ ରହିଛି ଏପରି ସ୍ଥିତିରେ ବିଜେଡି ସମର୍ଥନରେ ଅଶ୍ବିନୀ ବୈଷ୍ନବ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି।

ବଡ଼କଥା ହେଉଛି ତୃତୀୟ ରାଜ୍ଯସଭା ଆସନକୁ ନେଇ ଏବେ ଯେଉଁ ଚର୍ଚ୍ଚା ହେଉଛି ତାହା ସତ ହୁଏ ତାହେଲେ ଓଡିଶାରେ କଂଗ୍ରେସକୁ ଗୋଟିଏ ବଡ ମାଇଲେଜ ମିଳିପାରେ। କାରଣ ନିକଟରେ ବିଜେଡି ଓ ବିଜେପିର ବାହାଘର କରାଇ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ସେହିପରି ଆଜି କଂଗ୍ରେସ ନିର୍ବାଚନ ପ୍ରଚାର ପାଇଁ ନାରା ଜାରି କରିଛି। ଯେଉଁଥିରେ ବିଜେଡି ଓ ବିଜେପି ଏକାଠି ଅଛନ୍ତି ବୋଲି କହିବାକୁ ଚେଷ୍ଟା କରିଛି।

Leave A Reply

Your email address will not be published.