Latest Odisha News

BREAKING NEWS

ଇଚ୍ଛାମୃତ୍ୟୁ ନେଲେ ନେଦରଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଡ୍ରାଇସ ଭେନ ଆଗେଟ ଓ ପତ୍ନୀ ୟୁଜିନ

ନୂଆଦିଲ୍ଲୀ: ଆଉ ଦିନକ ପରେ ପ୍ରେମର ଦିବସ । ଏହା ପୂର୍ବରୁ ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଡ୍ରାଇସ ଭେନ ଆଗେଟ ଓ ପତ୍ନୀ ୟୁଜୀନ ନିଜ ପ୍ରେମକୁ ଚିରନ୍ତନ ସତ୍ୟରେ ପରିଣତ କରିବା ପାଇଁ ଇଚ୍ଛା ମୃତ୍ୟୁବରଣ କରିଛନ୍ତି । ଉଭୟଙ୍କ ବୟସ ୯୩ ଏବଂ ସେମାନେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କେହି କାହାକୁ ଏକୁଟିଆ ଛାଡି ଚାଲିଯିବାକୁ ଚାହୁଁ ନ ଥିଲେ । ୧୯୭୭ରୁ ୮୨ ପର୍ଯ୍ୟନ୍ତ ଆଗେଟ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ମୃତ୍ୟୁ ପରେ ସେମାନଙ୍କୁ ପାଖାପାଖି କବରରେ ପୋତି ଦିଆ ଯାଇଥିଲା । ଇଚ୍ଛା ମୃତ୍ୟୁ ପାଇଁ ପୂର୍ବରୁ ସେମାନେ ଏହି ଦିନ ସ୍ଥିର କରିଥିଲେ । ୨୦୦୦ରେ ନେଦରଲାଣ୍ଡରେ ଇଚ୍ଛା ମୃତ୍ୟୁ ଆଇନ ଲାଗୁ କରାଯାଇଥିଲା ।

ଅବଶ୍ୟ ଏଥିପାଇଁ କେତେକ କଡା ନିୟମ ଥିଲା । ଯେପରି ଦୀର୍ଘ ଦିନ ଧରି ରୋଗରେ ପୀଡିତ ରହିଥିବେ ଓ ଏହା ଭଲ ହେବାର ସମ୍ଭାବନା ନ ଥିବ । ୨୦୧୯ରେ ଏଗେଟଙ୍କ ବ୍ରେନ ହ୍ୟାମ୍ରେଜ ହୋଇଥିଲା । ଇଚ୍ଛାମୃତ୍ୟୁ ପାଇଁ ଅନୁମତି ପାଇବା ପରେ ଏକ ଡାକ୍ତର ପ୍ୟାନେଲ ତାଙ୍କ ଘରେ ଏକ ସ୍ୱତନ୍ତ୍ର ଇଞ୍ଜେକଶନ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରିଥିଲେ । ଏହା ପରେ ଏହି ମୃତ୍ୟୁ ମାମଲାର ତଦନ୍ତ ମଧ୍ୟ କରାଯାଇଥାଏ । ଡାକ୍ତର ଯଦି କୌଣସି ଭୁଲ କରିଥାନ୍ତି ତେବେ ତାଙ୍କୁ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ନିୟମ ମଧ୍ୟ ରହିଛି । ଇସ୍ରାଏଲ ବିରୋଧୀ ଭାବେ ଏଗେଟଙ୍କ ସ୍ୱତନ୍ତ୍ର ପରିଚୟ ରହିଥିଲା ।

Leave A Reply

Your email address will not be published.