Latest Odisha News

BREAKING NEWS

କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵରଙ୍କ କଲେ ଦର୍ଶନ

କଟକ: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ତାଙ୍କ ସହ ମନ୍ଦିରରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ । ଏହାପରେ ସେ କଟକ ଜିଲ୍ଲାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି । । ପରେ ସେ ଆଠଗଡ଼ ବିଜେପି କୋର କମିଟି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଅନ୍ୟପଟେ ବଡ଼ମ୍ବାରେ ପହଞ୍ଚି ଭଟ୍ଟାରିକା ମନ୍ଦିର ପରିଦର୍ଶନ କରିବା ନେଇ କାର୍ଯ୍ୟକ୍ରମ ରହିଛି। ପରେ ସେ ଚମ୍ପେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।

Leave A Reply

Your email address will not be published.