Latest Odisha News

BREAKING NEWS

କମିଶନରେଟ୍ ପୋଲିସର ଅଭିନବ ପ୍ରୟାସ: ଚୋର ଧରେଇ ନେଇଯାଅ ୧୦ ହଜାର ଟଙ୍କାର ପୁରସ୍କାର

ଭୁବନେଶ୍ଵର: ଏଣିକି ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବା ହେବ ସହଜ । ସେଥିପାଇଁ କମିଶନରେଟ ପୋଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ତଥା କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୋଲିସ । ଚୋର ଧରାଇ ଦେଲେ କମିଶନରେଟ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର କିନ୍ତୁ ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ ।

ଦୀର୍ଘଦିନ ଧରି ଫେରାର ଥିବା ଲୁଟେରା, ଚୋରଙ୍କୁ କାବୁ କରିବାକୁ ପୁଲିସ ଏଭଳି ପନ୍ଥା ଆପଣାଇଛି । ତେବେ ନିଜ ନିଜ ଅଞ୍ଚଳରେ ହୋଇଥିବା ବଡ ଲୁଟପାଟ ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ଫଟୋ ସହ ସେମାନଙ୍କ ପୋଷ୍ଟର ମାରିବାକୁ ସବୁ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୁଟେରା ମାନଙ୍କର ଠିକଣା ଜଣାଇଲେ ପୁରସ୍କାର ଦେବାର ବ୍ୟବସ୍ଥା ମଧ୍ୟ ରହିଛି ।  ଏହି ଚୋରଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖାଯିବା ନେଇ ସୂଚନା ରହିଛି । ପାଖାପାଖି ୧୦୦ଟି ସ୍ଥାନରେ ପୋଲିସ ଲୁଟେରାଙ୍କ ପୋଷ୍ଟର ମାରିବାକୁ ନିଷ୍ପତି ନେଇଛି । ନିକଟରେ ରାଜଧାନୀରେ ଲୁଟପାଟ ବଢି ଚାଲିଛି । ରାତି ଅଧରେ ଆପାର୍ଟମେଂଟ ଭିତରେ ହେଉ ଅବା ଦିନବେଳା ଲୁଟପାଟ ବଢିଛି । ଏହାକୁ ରୋକିବାକୁ ଯାଇ ପୋଲିସ ଚୋର ଧରିବାକୁ ଲୋକଙ୍କ ସହାୟତା ଲୋଡିଛି ।

Leave A Reply

Your email address will not be published.