କାମାକ୍ଷାନଗର: ଅନୁଗୁଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଭାଲୁମୁଣ୍ଡାଠାରେ ଅଜଣା ଗାଡ଼ି ଧକ୍କାରେ ପୋଲିସ୍ ସହକାରୀ ଆରକ୍ଷୀ ନିରୀକ୍ଷକ (ଏଏସଆଇ)ଙ୍କର ମୃତ୍ୟୁ ହୋଇଛି । ମୃତ ଏଏସଆଇ ମାନସ ସିଂଙ୍କ ଘର କଙ୍କଡ଼ାହାଡ଼ ଥାନା ପାଟବେଡ଼ା ଗାଁରେ ।
ସେ ଅନୁଗୁଳ ପୋଲିସରେ କାର୍ଯ୍ୟରତ ଥିଲେ । ଶନିବାର ସନ୍ଧ୍ୟାରେ ମାନସ ସିଂ ନିଜ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ଖବରପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଲରେ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Comments are closed.