Latest Odisha News

BREAKING NEWS

ନବଙ୍କ ଚାପୁଡ଼ାର ଜବାବ ଗୁଳିରେ ଦେଲେ କି ଗୋପାଳ ?

ବ୍ରହ୍ମପୁର: ଗୋପାଳ କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ? ପ୍ରକୃତରେ ମାନସିକ ଭାରସାମ୍ୟ ହରାଇ ଗୋପଳା ଏଭଳି କରିଛନ୍ତି କି ? ନା ଏହା ପଛରେ ରହିଛି କିଛି ଭିନ୍ନ କାରଣ ? କିଛି ବଡ଼ ଷଡ଼ଯନ୍ତ୍ରର ଅଂଶ ନୁହଁନ୍ତି ତ ଗୋପାଳ ? ଏନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଗୁମର ଖୋଲିଛନ୍ତି ବହିଷ୍କୃତ ଏଏସ୍ଆଇ ଗୋପାଳ ଦାସଙ୍କ ବନ୍ଧୁ ।

କହିଛନ୍ତି, ନବ ଦାସ କୁଆଡ଼େ ଗୋପାଳଙ୍କୁ ୨ ଚାପୁଡ଼ା ମାରିଥିଲେ । ଆଉ ଯାହାର ଜବାବ ୨ ରାଉଣ୍ଡ ଗୁଳିରେ ଦେଇଛନ୍ତି ଗୋପାଳ । ନବ ଦାସ କଂଗ୍ରେସ ବିଧାୟକ ଥିବା ବେଳେ ଗୋପାଳ ଦାସଙ୍କୁ ଚାପୁଡ଼ା ମାରିଥିଲେ । ସେତେବେଳେ ଝାରସୁଗୁଡ଼ାରେ ଗୋପାଳ ଟ୍ରାଫିକ୍ ଡ୍ୟୁଟି କରୁଥିଲେ । ଚେକିଂ ବେଳେ ନବ ବିନା ହେଲମେଟରେ ବୁଲୁଥିଲେ । ଆଉ ଗୋପାଳ କହିଥିଲେ ହେଲମେଟ୍ କାହିଁ । ସେତେବେଳେ ନବ କୁଆଡ଼େ ଗୋପାଳଙ୍କୁ ଚାପୁଡ଼ା ମାରିଥିଲେ ।

ଯାହାର ପ୍ରତିଶୋଧ ଏବେ ଗୋପାଳ ନେଇଥିବା କହିଛନ୍ତି ତାଙ୍କ ସାଙ୍ଗ । ତେବେ ଗୋପାଳଙ୍କ ସାଙ୍ଗ ଦେଇଥିବା ବୟାନ କେତେ ସତ, କେତେ ମିଛ ? ୧୦ ବର୍ଷ ତଳର ଚାପୁଡ଼ାର ପ୍ରତିଶୋଧ ସତରେ ନେଇଛନ୍ତି କି ଗୋପାଳ ? ନା ତଦନ୍ତକୁ ଦିଗ ହରା କରିବାକୁ ଗୋପାଳଙ୍କ ସାଙ୍ଗ ଚାପୁଡ଼ା କାହାଣୀ ରଚିଛନ୍ତି ? ଗୋପାଳଙ୍କ ଗୁଳି ଉପରୁ ପରଦା ହଟି ନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

Comments are closed.