Latest Odisha News

BREAKING NEWS

ବିବାହର ୧୦ ବର୍ଷ ପରେ ମା’ ହେବେ ଅଭିନେତ୍ରୀ ନେହା, ସମ୍ପର୍କୀୟଙ୍କଠାରୁ ଶୁଣୁଥିଲେ କଟୁ କଥା

ମୁମ୍ବାଇ: ଟିଭି ଧାରାବାହିକ ‘ବାଳିକା ବଧୁ’ ରେ ଅଭିନୟ କରି ଘରେ ଘରେ ପରିଚିତ ନେହା ମାର୍ଦା ଏବେ ମାଆ ହେବାକୁ ଯାଉଛନ୍ତି । ବିବାହର ୧୦ ବର୍ଷ ପରେ ମାଆ ହେବାକୁ ଯାଉଥିବାରୁ ସେ ଓ ତାଙ୍କ ପରିବାର ବହୁତ ଖୁସି । ଧୁମ୍‌ଧାମ୍‌ରେ ତାଙ୍କର “ଗୋଦ୍ ଭରାଇ” ଉତ୍ସବ ପାଳନ କରିଛନ୍ତି ନେହା ଓ ତାଙ୍କ ପରିବାର ।
୨୦୧୨ ମସିହାରେ ନେହା, ପାଟନାର ଜଣେ ବ୍ୟବସାୟୀ ଆୟୁଷ୍ମାନ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସେ ମାଆ ନ ହେବାରୁ ତାଙ୍କର ସମ୍ପର୍କୀୟମାନେ କଟୁ କଥା କହିବାକୁ ପଛାଇ ନ ଥିଲେ । ହେଲେ ସେ କାହାରି କଥାକୁ ଗୁରୁତ୍ୱ ନ ଦେଇ ନିଜ କ୍ୟାରିୟର ପ୍ରତି ଦୃଷ୍ଟି ଦେଉଥିଲେ । ଏବେ ବିଳମ୍ବରେ ହେଲେ ବି ଗର୍ଭବତୀ ହେବା ଦିନଠାରୁ ପ୍ରତ୍ୟକ ଦିନର ଖୁସିର ଫଟୋକୁ ସୋସିଆଲ ମିଡ଼ିଆରେ ନିଜେ ସେୟାର କରୁଛନ୍ତି ନେହା । ସେ ମାଆ ହେବା ଖବର ଶୁଣି ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଜଣାଉଛନ୍ତି । ମାଆ ହେବାର ଖୁସିର ଅନୁଭବରେ ନେହା କୁହନ୍ତି, ବାସ୍ତବରେ ବିବାହ ପରେ ମାଆ ନ ହେବା ଖୁବ୍ ଯନ୍ତ୍ରଣାଦାୟକ । କାରଣ ମୋର ମାଆ ହେବା ବିଳମ୍ବ ହେବାରୁ ମୋ ଘର ଲୋକ ମୋତେ କିଛି କହୁ ନ ଥିବା ବେଳେ ସମ୍ପର୍କୀୟମାନେ କିନ୍ତୁ କଥା କଥାରେ କଟୁ ମନ୍ତବ୍ୟ ରଖୁଥିଲେ । ସେମାନେ ଏମିତି କଥା କହୁଥିଲେ ଯେ, ଯାହା ଜଣେ ମହିଳା ସହ୍ୟ କରିବା କଷ୍ଟକର । ଏକଥା ମୁଁ ନିଜେ ଅନୁଭବ କରିଛି । ସେମାନଙ୍କ ଧାରଣା ଥିଲା ମୁଁ ଅଭିନୟ ଦୁନିଆରେ ଥିବାରୁ ମାଆ ହେବାକୁ ଚାହୁଁନି । ତେବେ ଗୋଟେ କଥା କହିବି ଯେତେବେଳେ ଯାହା ହେବାର ଥିବ ତାହା ହିଁ ହେବ ।

Leave A Reply

Your email address will not be published.