Latest Odisha News

BREAKING NEWS

ପରଲୋକରେ ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ

ନୂଆଦିଲ୍ଲୀ: ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଓ ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ୨୦୧୨ରେ ଆମ ଆଦମୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଅବଶ୍ୟ ପରେ ସେ ପାର୍ଟିରୁ ଅଲଗା ହୋଇ ଯାଇଥିଲେ । ୧୯୭୭ରୁ ୭୯ ପର୍ଯ୍ୟନ୍ତ ମୋରାରଜୀ ଦେଶାଇଙ୍କ ମନ୍ତ୍ରଣାଳୟରେ ସେ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୭୪ରେ ଶାନ୍ତି ଭୂଷଣ ଆହ୍ଲାବାଦ ହାଇକୋର୍ଟରେ ଇନ୍ଦିରା ଗାନ୍ଧୀଙ୍କ ବିପକ୍ଷରେ ରାଜନାରାୟଣଙ୍କ ପ୍ରତିନିଧିତ୍ୱ କରିଥିଲେ । ତାଙ୍କର ବଳିଷ୍ଠ ଉପସ୍ଥାପନ ଯୋଗୁ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆ ଯାଇଥିଲା ।

୧୯୮୦ରେ ସେ ସେଂଟର ଫର ପବ୍ଲିକ ଇଂଟ୍ରେଷ୍ଟ ଲିଟିଗେସନ ପ୍ରତିଷ୍ଠା କରିଥିଲେ । ଶାନ୍ତିଭୂଷଣ କଂଗ୍ରେସ (ଓ) ଏବଂ ପରେ ଜନତା ଦଳର ସଦସ୍ୟ ରହିଥିଲେ । ସେ ରାଜ୍ୟସଭା ଏମପି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ୧୯୮୦ରେ ବିଜେପିରେ ଯୋଗ ଦେବା ପରେ ୮୬ରେ ଏଥିରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.