Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

କୋରାପୁଟ: କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ ଥାନା ଏଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି କୋଟପାଡ ଥ।। ଏଏସଆଇ ଶରତ କୁମାର ସାହୁ ।

ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜମିଜମା ବିବାଦ ରହିଥିଲା । ଉକ୍ତ ମାମଲାରେ ଜମିକୁ ମାପଚୁପ୍ କରିବା ପାଇଁ ପୋଲିସ ବାବୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ତେବେ ପୋଲିସ ବାବୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ଡିଭିଜନ ତାଙ୍କୁ ଟଙ୍କା ସହ ଗିରଫ କରିଥିôବା ନେଇ ସୁତ୍ରରୁ ପ୍ରକାଶ । ଅପରପକ୍ଷରେ ଏନେଥ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.