ରାଶି ଫଳ
ତା ୨୯-୧୧-୨୦୧୯ ଶୁକ୍ରବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ମୋବାଇଲ: 9437225434
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୯ ରିଖ ଶୁକ୍ରବାର ବିଛା ୧୩ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର
ଘାତ ବାର-: ବିଛା ଧନୁ ମୀନ ରାଶିର ଘାତ ଚନ୍ଦ୍ର : ତୁଳା ଓ କୁମ୍ଭ ରାଶିର ପୁରୁଷ ବୃଷ ମିଥୁନ ରାଶି ମହିଳାଙ୍କର
ଆଜି: ପୋଟଳ ଖାଇବା ନିଷେଧ
ମେଷ :
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳ ପ୍ରୟୋଗ କରି କାମ ହାସଲ କରିବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା, ନିର୍ମାଣ, ଘରଭଡ଼ା କିମ୍ବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ନ ହୋଇ ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ।![]()

ବୃଷ :
ଦୀର୍ଘଦିନରୁ ଅଟକି ରହିଥିବା ପ୍ରାପ୍ୟଧନ ପ୍ରାପ୍ତ ହେବେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ପରିସରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ପ୍ରତିବନ୍ଧକ ହେତୁ ବ୍ୟବସାୟକୁ ସଙ୍କୁଚିତ କରିନେବାର ଯୋଜନା କରିବେ। ଅର୍ଥନୈତିକ, ସାହିତ୍ୟ,କ୍ରୀଡ଼ା ଓ ଆଇନ ଅଦାଲତ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।![]()

ମିଥୁନ :
ଆନୁଷ୍ଠାନିକ କ୍ଷେତ୍ରରେ ଉପଢୌକନ ଓ ସମ୍ମାନ ପାଇ ଖୁସି ରହିବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ମଉକା ଜୁଟିପାରେ। ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଟି ସାଧାରଣ କଥାରେ ମୁହଁ ଫେରାଇ ନେଇପାରନ୍ତି। ଯାତ୍ରା କାଳରେ ଅସାବଧାନତାରୁ ଦ୍ରବ୍ୟ ନଷ୍ଟ ବା ଚୋରୀ ହୋଇପାରେ।
କର୍କଟ :
ପୂର୍ବ ସମସ୍ୟାର ସରଳ ସମାଧାନ ହେତୁ ମାନସିକ ଶାନ୍ତି ମିଳିବ । ପଛକଥା ନ ଭାବି ବର୍ତ୍ତମାନର ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କଲେ ଅବଶ୍ୟ ଉପକୃତ ହେବେ। ପ୍ରକାଶନ, ସଭାସମିତି, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ସି˚ହ :
କର୍ମକ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁଙ୍କୁ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ବାଧ୍ୟ ହୋଇପାରନ୍ତି। ଅଫିସ୍ରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।![]()

କନ୍ୟା :
ବନ୍ଧୁଙ୍କ ସାହାଯ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିବା କାରଣରୁ ସହକର୍ମୀଙ୍କ ଉପରେ ସନ୍ଦେହ ପ୍ରକଟ କରିପାରନ୍ତି। ସଭାସମିତିରେ, ବିବାଦୀୟ ଘଟଣାରେ ବନ୍ଧୁମାନଙ୍କ ବିଚାର ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟରେ ଲାଭବାନ ହେବେ ।
ତୁଳା :
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହାନୁଭୂତି ମିଳିବ । ଦୂରଯାତ୍ରାର ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବିବାଦ ଓ ଶତ୍ରୁମାନଙ୍କଠାରୁ ଦୂରେଇ ରହିବା ଭଲ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଲାଭବାନ ହେବେ।![]()

ବିଛା :
ଆନୁଷ୍ଠାନିକ କ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିପାରନ୍ତି। ସାମାନ୍ୟ କଥାରେ ଅତ୍ୟଧିକ ଉତ୍ତେଜିତ ହୋଇ ପାରିବାରିକ ଅଶାନ୍ତି ମତ ପାର୍ଥକ୍ୟ ଦେଖାଦେବ । ପରିବହନ, ବ୍ୟବସାୟ, ହୋଟେଲ, ଷ୍ଟେସନାରୀ ଓ ବିଦ୍ୟୁତ୍ ବ୍ୟବସାୟରେ ସମସ୍ୟା ସମାଧାନ ହୋଇଯିବ। କୋର୍ଟକଚେରି ମାମଲାର ଜଯଯୁକ୍ତ ହେବେ ।
ଧନୁ :
ଆଜିର ଯାତ୍ରା ଶୁଭପ୍ରଦ ହେବ ଓ ଆଶାନୁଯାୟୀ ଫଳ ପାଇବେ। ଆକସ୍ମିକ ଭାବରେ କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ବୃଦ୍ଧି ପାଇବା ସାଙ୍ଗକୁ ସ୍ଥାନ ପରିବର୍ତ୍ତନର ଯୋଗ ମଧ୍ୟ ରହିଛି। ପରିବାରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି।![]()

ମକର :
କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିକରିବେ । ଅନ୍ୟମାନଙ୍କ ପ୍ରତି ଭୁଲ ଧାରଣା ଓ ସନ୍ଦେହ କ୍ରମଶଃ ବୃଦ୍ଧି ପାଇବ। ଆର୍ଥିକ ଦୁରବସ୍ଥା, ପାରିବାରିକ ମତଭେଦ, କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ମନକୁ ଭାରାକ୍ରାନ୍ତ କରାଇବ ।![]()

କୁମ୍ଭ :
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ କମି କମି ଆସିବା ହେତୁ ମନୋବଳ ବୃଦ୍ଧି ପାଇବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଆବଶ୍ୟକ ସମୟରେ ନ ପାଇ ମନସ୍ତାପ କରିପାରନ୍ତି। ବିବାଦୀୟ ଘଟଣାର ପୃଷ୍ଠଭୂମି ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଈର୍ଷାପରାୟଣ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି।![]()

ମୀନ :
ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରିବା ଭଲ ହେବ । ଦେହ ଭଲ ରହିଲେ ମଧ୍ୟ ମାନସିକ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସ୍ବାର୍ଥର ବଶବର୍ତ୍ତୀ ହୋଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି। ପାଖପଡ଼ୋଶୀମାନେ ସାହାଯ୍ୟ କରିବେ।