Latest Odisha News

BREAKING NEWS

ହାତୀ ଆକ୍ରମଣରେ ୨ ମୃତ, ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନିକଟରେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ଅନ୍ୟ ୩ଜଣ ଏକ ଅଟୋରିକ୍ସାରେ ଘରକୁ ଫେରୁଥିବା ବେଳେ ସେମାନେ ଅଚାନକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ପରେ ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସେହିପରି ଅନ୍ୟଏକ ଘଟଣା ଘଟିଛି କୁତ୍ରା ଥାନା ଅନ୍ତର୍ଗତ ଶିଆଳିଜୋରରେ ।

ଉକ୍ତ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.