Latest Odisha News

ଇଂଲଣ୍ଡରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମେ ୨୯ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି । ଏହି ବୈଠକରେ ଅନ୍ୟ ପ୍ରସଙ୍ଗ ସହ ଆଇପିଏଲର ବଳକା ମ୍ୟାଚ କେଉଁଠାରେ ହେବ ସେ ନେଇ ଆଲୋଚନା ହେବାକୁ ଅଛି । ମିଳିଥିବା ରିପୋର୍ଟ ଅନୁସାରେ ଟି୨୦ ବିଶ୍ୱକପ ପାଇଁ ବିସିସିଆଇ ୟୁଏଇକୁ ଷ୍ଟାଣ୍ଡବାଇ ରଖିଥିବା ବେଳେ ଆଇପିଏଲକୁ ଇଂଲଣ୍ଡରେ ଆୟୋଜନ କରିବା ପାଇଁ ଚିନ୍ତା କରୁଛି । ୨୦୨୧ ସଂସ୍କରଣର ୩୧ ମ୍ୟାଚ ଏବେ ବି ଖେଳାଯିବାକୁ ଅଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଇଂଲଣ୍ଡରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଅଧିକାଂଶ ଖେଳାଳି ଇଂଲଣ୍ଡ ଆସିବାକୁ ରାଜି ଥିବାରୁ ଆଇପିଏଲ ଆଶା ଉଜ୍ଜୀବିତ ହୋଇଛି । କରୋନା ସ୍ଥିତି ଯଦି ନିୟନ୍ତ୍ରଣକୁ ଆସିଯାଏ ତାହାହେଲେ ଜୁନରେ ଏ ନେଇ ଚୂଡାନ୍ତ ନିଷ୍ପତି ନିଆଯାଇପାରେ । ୨୯ରେ ହେବାକୁ ଥିବା ବୈଠକ ପରେ ଏ ସମ୍ପର୍କରେ ବିସିସିଆଇ କଣ ଚିନ୍ତା କରୁଛି ତାହା ସ୍ପଷ୍ଟ ହୋଇପାରିବ ।

Leave A Reply

Your email address will not be published.