Latest Odisha News

BREAKING NEWS

ଏସିଆ କପ ୨୦୨୩: ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ପାଇଁ ଗ୍ରୁପ ଷ୍ଟେଜରେ ସୂଚୀ ଜାରୀ କରାଯାଇଛି । ଟି୨୦ ବିଶ୍ୱକପ ପରେ ପୁନର୍ବାର ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଟିମ ପୁନର୍ବାର ସେପ୍ଟମ୍ବରରେ ସାମ୍ନାସାମ୍ନି ହେବେ । ଗତ ଏସିଆକପରେ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଥିଲେ । ଟିମ ଇଣ୍ଡିଆ ସୁପର୪ ଦୌଡରୁ ବାଦ ପଡିଥିବା ବେଳେ ଫାଇନାଲରେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ଚାମ୍ପିୟନ ହୋଇଛି । ପାକିସ୍ତାନ ଏହାର ଆୟୋଜକ ଥିଲେ ମଧ୍ୟ ଏସିଆ କ୍ରିକେଟ କାଉନସିଲ ଅଧ୍ୟକ୍ଷ ଜୟ ଶାହ ଟୁର୍ଣ୍ଣାମେଂଟ ନିରପେକ୍ଷ ସ୍ଥାନରେ ଖେଳାଯିବ ବୋଲି କହଥିଲେ । ଏହାର କାରଣ ପାକିସ୍ତାନ ଗସ୍ତରେ ଭାରତ ଯାଇ ପାରିବ ନାହିଁ । ଏ ପର୍ଯ୍ୟନ୍ତ ଏହା କେଉଁଠାରେ ଖେଳାଯିବ ଚୂଡାନ୍ତ ହୋଇ ନାହିଁ । ଗତଥର ଏହା ଟି୨୦ ଫର୍ମାଟରେ ଖେଳା ଯାଇଥିଲା । ଏଥର କିନ୍ତୁ ଦିନିକିଆ ବିଶ୍ୱକପ ଆଗକୁ ଥିବାରୁ ଏହି ଫର୍ମାଟରେ ଏସିଆ କପ ଖେଳାଯିବ । ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସିଧାସଳଖ ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ କ୍ୱାଲିଫାୟର ଓ ଗ୍ରୁପ ବିରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି । ଅନ୍ୟ ଏକ ଟିମ ଭାବେ ପ୍ରିମିୟର କପ ବିଜେତାକୁ ଏଥିରେ ସୁଯୋଗ ମିଳିବ ।

BjdElectrycity

ପ୍ରିମିୟର କପରେ ୧୦ଟି ଟିମ ଖେଳିବେ । ଏମାନଙ୍କୁ ୨ ଭାଗରେ ଭାଗ କରାଯାଇଛି । ଗ୍ରୁପ ଏରେ ୟୁଏଇ, ନେପାଳ, କୁଏଟ, କତାର ଓ କ୍ୱାଲିଫାୟର ୧ର ଟିମ ରହିବ । ସେହିପରି ଗ୍ରୁପ ବିରେ ଓମାନ, ହଂକଂ, ସିଙ୍ଗାପୁର, ମାଲେସିଆ ଓ କ୍ୱାଲିଫାୟର ୨ର ଟିମ ରହିବ । କ୍ୱାଲିଫାୟର ୧ ଓ କ୍ୱାଲିଫାୟର ୨ର ନିଷ୍ପତି ଚ୍ୟାଲେଞ୍ଜର କପ ମାଧ୍ୟମରେ ହେବ ।

Leave A Reply

Your email address will not be published.