Latest Odisha News

BREAKING NEWS

ୟୁନିଭର୍ସାଲ୍‌ ବ୍ୟାଙ୍କ ସ୍ଥାପନା ପାଇଁ ଆର୍‌ବିଆଇରେ ଆବେଦନ କଲା ଓଡ଼ିଶାର ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ

ଭୁବନେଶ୍ୱର: ୟୁନିଭର୍ସାଲ୍‌ ବ୍ୟାଙ୍କ ସ୍ଥାପନା ପାଇଁ ଆର୍‌ବିଆଇରେ ଆବେଦନ କଲା ଓଡ଼ିଶା ନନ୍‌ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ। ବୁଧବାର ଆର୍‌ବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡିସେମ୍ବର ୩୧ ତାରିଖ ୨୦୨୨ରେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ଆର୍‌ବିଆଇରେ ଆବେଦନ କରିଥିଲା। ପ୍ରାଇଭେଟ୍ ସେକ୍ଟରରେ ୟୁନିଭର୍ସାଲ୍‌ ବ୍ୟାଙ୍କ ସ୍ଥାପନା ପାଇଁ କମ୍ପାନୀ ଆର୍‌ବିଆଇ ଠାରୁ ଅନ୍‌ ଟାପ୍ ଲାଇସେନ୍ସ ଚାହୁଁଛି ବୋଲି ଆର୍‌ବିଆଇ ସୂଚନା ଦେଇଛି।

କମ୍ପାନୀ ୱେବ୍‌ସାଇଟର ସୂଚନା ଅନୁସାରେ,୨୦୦୯ରେ ଏହାର ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଏହା ଦେଶର ୧୦ ମୁଖ୍ୟ NBFC-MFI (ନନ୍‌ ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ ଯାହା ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁଟ୍ ଭଳି କାମ କରେ।) ଭିତରୁ ଗୋଟିଏ ହୋଇପାରିଛି। ଆର୍ଥିକ ଅନଗ୍ରସର ଲୋକଙ୍କୁ ବ୍ୟାଙ୍କିଂ ସିଷ୍ଟମର ମୁଖ୍ୟ ଧାରାରେ ସାମିଲ୍ କରିବା ପାଇଁ ଏହି କମ୍ପାନୀ ସେମାନଙ୍କୁ ଋଣ ଦେଇଥାଏ।

ଆର୍‌ବିଆଇର ଅନ୍ ଟ୍ୟାପ୍ ଲାଇସେନ୍ସର ଗାଇଡ୍‌ଲାଇନ ଅନୁସାରେ,  ୟୁନିଭର୍ସାଲ୍ ବ୍ୟାଙ୍କ ପାଇଁ ଆରମ୍ଭରୁ ଅତିମ କମ୍‌ରେ କମ୍ପାନୀ ପେଡ୍‌ଅପ୍‌ ଭୋଟିଂ ଇକ୍ୱିଟି କ୍ୟାପିଟାଲ ୫୦୦ କୋଟି ହେବା ଦରକାର। ତା ସହିତ କମ୍ପାନୀର ଅତିକମ୍‌ରେ ସବୁ ସମୟରେ(ଅଲ୍ ଟାଇମ୍) ୫୦୦ କୋଟି ସମ୍ପତ୍ତି(ନେଟ ୱର୍ଥ) ରହିବା ଉଚିତ୍।

Leave A Reply

Your email address will not be published.