Latest Odisha News

ଏସିଆ କପ କ୍ରିକେଟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ:ପାକିସ୍ତାନ କ୍ରିକେଟ ବୋର୍ଡ ଓ ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ବୁଧବାର ଆଗାମୀ ଏସିଆ କପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୨ ସେପ୍ଟମ୍ବରରେ କାଣ୍ଡିରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । ୪ରେ ଏଠାରେ ନେପାଳକୁ ଭେଟିବ ଭାରତ । ଭାରତୀୟ ଟିମ ପାକିସ୍ତାନ ଯିବା ପାଇଁ ମନା କରିବା ପରେ ଏବେ ଏହାକୁ ହାଇବ୍ରିଡ ମଡେଲରେ ଖେଳାଯିବ । ଭାରତ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିବ । ଟୁର୍ଣ୍ଣାମେଂଟର ୬ ଟିମକୁ ୨ ଭାଗରେ ଭାଗ କରାଯାଇଛି । ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବା ବେଳେ ଗ୍ରୁପ ବିରେ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି । ୩୦ ଅଗଷ୍ଟରେ ଉଦଘାଟନୀ ମୁକାବିଲା ମୁଲତାନରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ଶ୍ରୀଲଙ୍କା ମାଟିରେ ପ୍ରଥମ ମ୍ୟାଚ ୩୧ ଅଗଷ୍ଟରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଲାହୋରରେ ୪ଟି ମ୍ୟାଚ ଆୟୋଜିତ ହେବ ।

BjdElectrycity

Leave A Reply

Your email address will not be published.