Latest Odisha News

BREAKING NEWS

ଜାହ୍ନବୀଙ୍କ କାନ କାମୁଡ଼ି ଟ୍ରୋଲ ହେଲେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଏବେ ଚର୍ଚ୍ଚାରେ । ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କାନ କାମୁଡ଼ୁଥିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । ତାଙ୍କର ଏହି ଫଟୋକୁ ନେଇ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଛି ।

ନିଜର ଅଭିନୟକୁ ନେଇ ବରୁଣ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତେବେ ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ସେ ଜାହ୍ନବୀ କପୁରଙ୍କ କାନକୁ କାମୁଡ଼ି ଦେଉଥିବା ନଜର ଆସିଛନ୍ତି । ଏହି ଫଟୋକୁ ନେଇ ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଉଛି । ବରୁଣ ମଜାରେ ଜାହ୍ନବୀଙ୍କ କାନ କାମୁଡ଼ି ଦେଉଛନ୍ତିି । ଏହି ସମୟରେ ଜାହ୍ନବୀ ହସିବା ସହ କାନରେ ହାତ ରଖି ଦେଉଛନ୍ତି । ତେବେ ବରୁଣ ଏଭଳି ମଜାରେ କରିଥିଲେ ବି ଲୋକେ ଏହାକୁ ପସନ୍ଦ କରିନାହାନ୍ତି । ପୂର୍ବରୁ ଆମେରିକୀୟ ମଡେଲ ଜିଜି ହଦିଦଙ୍କୁ ଚୁମ୍ବନ ଦେଇ ବିବାଦୀୟ ହୋଇଥିଲେ ବରୁଣ ।

ବରୁଣ ଓ ଜାହ୍ନବୀଙ୍କ ଅଭିନିତ ଫିଲ୍ମ ବୱାଲ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓରେ ଜୁଲାଇ ୨୧ରେ ରିଲିଜ୍ ହେବ ।

Leave A Reply

Your email address will not be published.