Latest Odisha News

BREAKING NEWS

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଇସଲାମାବଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତହରୀକ-ଇ-ଇନସାଫର ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ । ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରି ନେଇଛନ୍ତି ।

କୁହାଯାଉଛି, ଇମ୍ରାନ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀ ମେଜର ଜେନରାଲ ଫୈସଲ ନସୀରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ କରିଥିଲେ ଯେ, ମେଜର ଜେନରାଲ ଫୈସଲ ନସୀର ତାଙ୍କର ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି । ଇମ୍ରାନଙ୍କର ଏପରି ଅଭିଯୋଗକୁ ଶୁଣି ପାକିସ୍ତାନୀ ସେନା ତଙ୍କୀ କଡା ସମାଲୋଚନା କରିଥିଲା । ଏହି ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଛି ।

ଅନ୍ୟପକ୍ଷେ ଏକଥା ମଧ୍ୟ କୁହାଯାଉଛି, ଅଲ-କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଇମ୍ରାନଙ୍କ ବିରୋଧରେ ଆସିଥିବା ଏଫଆଇଆରରେ ଜାମିନ ଆଣିବା ପାଇଁ ହାଇକୋର୍ଟ ଯାଇଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି । ଗିରଫ ଦାରି ସମୟରେ ପାକିସ୍ତାନୀ ରେଞ୍ଜର୍ସ ଏବଂ ଇମ୍ରାନଙ୍କ ଓକିଲଙ୍କ ମଧ୍ୟରେ ପାଟିତୁଣ୍ଡ ବି ହୋଇଥିଲା । ଏଥିରେ କିଛି ଓକିଲ ଆହତ ହୋଇଥିବା ଜଣାଯାଇଛି । ଏହାର ଭିଡିଓ ଇମ୍ରାନ ଦଳ ପକ୍ଷରୁ ଶେୟାର କରାରଯାଇଛି ।

Leave A Reply

Your email address will not be published.