Latest Odisha News

BREAKING NEWS

ଏସିଆ କପ ପାକିସ୍ତାନ, ଶ୍ରୀଲଙ୍କାରେ ଖେଳାଯିବ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଂଟର ୨୦୨୩ ସଂସ୍କରଣ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନରେ ୪ଟି ଏବଂ ବାକି ୯ଟି ମୁକାବିଲା ଶ୍ରୀଲଙ୍କାରେ ହେବ । ପାକିସ୍ତାନରେ ଭାରତର ଗୋଟିଏ ବି ମ୍ୟାଚ ହେବ ନାହିଁ । ଗ୍ରୁପ ଷ୍ଟେଜର ୪ଟି ମ୍ୟାଚ ପାକିସ୍ତାନ-ନେପାଳ, ଆଫଗାନିସ୍ତାନ-ବାଂଲାଦେଶ, ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ଖେଳାଯିବ । ୩୧ ଅଗଷ୍ଟରୁ ସେପ୍ଟମ୍ବର ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ କେଉଁ କେଉଁ ସହରରେ ଖେଳାଯିବ ତାହା ସ୍ପଷ୍ଟ ହୋଇନି । ଶ୍ରୀଲଙ୍କାର ଗ୍ରୁପ ପର୍ଯ୍ୟାୟର ଭାରତ-ପାକିସ୍ତାନ, ଭାରତ-ନେପାଳ ମ୍ୟାଚ ଖେଳାଯିବ । ସୁପର ୪ ଓ ଫାଇନାର ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ ।

ଗତ ବର୍ଷ ଅକ୍ଟୋବରରେ ଏସିସି ସଭାପତି ଓ ବିିସିସିଆଇ ସେକ୍ରେଟାରୀ ଜୟ ଶାହ ସ୍ପଷ୍ଟ କରିଥିଲେ ଯେ, ପାକିସ୍ତାନକୁ ମ୍ୟାଚ ଖେଳିବା ପାଇଁ ଭାରତ ଯିବନି । ଏ ନେଇ ଭାରତ ଓ ପାକିସ୍ତାନ ବୋର୍ଡ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଭାରତରେ ବିଶ୍ୱକପ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବନି ବୋଲି ଧମକ ଦେଇଥିଲା । ପରେ ଆଇସିସିର ହସ୍ତକ୍ଷେପ ପରେ ଏସିସି ଉପରୋକ୍ତ ନିଷ୍ପତି ନେବାରେ ସଫଳ ହୋଇଛି ।

Leave A Reply

Your email address will not be published.