Latest Odisha News

BREAKING NEWS

ଜାତୀୟ ସିନିୟର କିରୋଗୀ ପୁମ ସି ଟାଏକୋଣ୍ଡୋ : ସିକ୍କିମ ଚାମ୍ପିୟନ, ଓଡିଶା ରନର୍ସଅପ

ପୁରୀ: ଡେରାଡୁନରେ ୩୮ତମ ଜାତୀୟ ସିନିୟର କିରୋଗୀ ଓ ପୁମ ସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମତ୍କାର ପ୍ରଦର୍ଶନ କରି ଓଡିଶା ପୁମସା ବିଭାଗରେ ରନର୍ସଅପ ହୋଇଛି । ସିକ୍କିମ ଟିମ ଓଭରାଲ ଚାମ୍ପିୟନ ହୋଇଛି । ଏହି ପ୍ରତିଯୋଗିତାରେ ୪୧ ଜଣିଆ ଟିମ ଅଂଶଗ୍ରହଣ କରିଥିଲେ । ୩୦ ବର୍ଷରୁ କମ ବାଳିକା ପୁମ ସୀରେ ସଂଯୁକ୍ତା ବରାଳ, ସୀମା କୁମାରୀ ହାଂସଦା ଓ ଲିପିକା ପଲେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ୩୦ ବର୍ଷରୁ ଫ୍ରି ଷ୍ଟାଇଲରେ ପୁମ ସିରେ ଜଗନ୍ନାଇ ସିଂ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୫୮ କେଜିରୁ କମ ପାରା ଟାଏକୋଣ୍ଡୋ କିରୋଗୀ ପ୍ରତିଯୋଗିତାରେ ଦେବାଶୀଷ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ୩୦ ବର୍ଷରୁ କମ ବାଳକ ପୁମ ସୀ ବିଭାଗରେ ଜଗନ୍ନାଥ ସିଂ, ଆର୍ଯ୍ୟନ ଚୌଧୁରୀ ଓ ସନ ତ୍ରିପାଠୀ ରୌପ୍ୟ ପଦକ ଜିତିଥିଲେ । ଓଡିଶାର ଅଭିିଜିତ ସାହୁ ଜାତୀୟ ରେଫରୀ ଭାବେ ପରିଚାଳନା କରିଥିଲେ । ଦଳର ପ୍ରଦର୍ଶନ ନେଇ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଆଗାମୀ ପ୍ରତିଯୋଗିତାରେ ଆମ ଦଳ ଚାମ୍ପିୟନ ହେବ ବୋଲି ଦୃଢ଼ତା ସହକାରେ କହିଛନ୍ତି ।

Leave A Reply

Your email address will not be published.