Latest Odisha News

BREAKING NEWS

୨୦୧୯ ବିଶ୍ୱକପ ଟିମ ଚୟନ ବିବାଦ ନେଇ ମୁହଁ ଖୋଲିଲେ ରାୟୁଡୁ

ନୂଆଦିଲ୍ଲୀ: ୨୦୧୯ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା । ଏହା ପରେ ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦ୍ୱାରା ଦଳ ଚୟନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଶେଷ କରି ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ସାମିଲ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ସ୍ଥାନରେ ଅମ୍ବାତି ରାୟୁଡୁ ଖେଳିବେ ବୋଲି ପ୍ରାୟ ସମସ୍ତେ ଭାବିଥିଲେ । ଏକ ସାକ୍ଷାତକାରରେ ରାୟୁଡୁ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଶଙ୍କରଙ୍କ ସହ ମୋର କୌଣସି ମତଭେଦ ନାହିଁ । ୪ ନମ୍ବର ସ୍ଥାନରେ ମୁଁ କିମ୍ବା ଅଜିଙ୍କ୍ୟ ରାହାଣେ ଦଳରେ ସାମିଲ ହୋଇଥିଲେ ଚଳିଥାନ୍ତା । ବିଶ୍ୱକପ ଟିମ ଘୋଷଣା ପରେ ରାୟୁଡୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

ଗତ ମାସରେ ଆଇପିଏଲ ଫାଇନାଲ ଖେଳିବା ପରେ ରାୟୁଡୁ କ୍ରିକେଟରୁ ଅବସର ନେଇଥିଲେ । ସେ ପ୍ରସାଦଙ୍କ ନାମ ନ ନେଇ କହିଥିଲେ ବୋଧହୁଏ ହାଇଦ୍ରାବାଦର ଜଣେ ସଦସ୍ୟ ମୋତେ ପସନ୍ଦ କରନ୍ତି ନାହିଁ । ଏହା ମୂଖ୍ୟ କାରଣ ବୋଲି ରାୟୁଡୁ କହିଛନ୍ତି । ମୁଁ ବୟାନ ଦେବା ପରେ ଶଙ୍କରଙ୍କ ପଛରେ ସମସ୍ତେ ପଡି ଯାଇଛନ୍ତି । ତାଙ୍କ ପ୍ରତି ମୋର କୌଣସି ଦ୍ୱେଷ ନାହିଁ । ଚୟନ କମିଟି ତାଙ୍କୁ ଚୟନ କଲେ ସେ ଖେଳିଲେ । ଏଥିରେ ତାଙ୍କର କଣ ଭୁଲ ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜୟ ଶଙ୍କର ଓ ପ୍ରସାଦଙ୍କ ସହ ମୋର କୌଣସି ବ୍ୟକ୍ତିଗତ ମତଭେଦ ନାହିଁ । ଚୟନ କମିଟିଙ୍କ ନିଷ୍ପତି ମୋତେ ଆଘାତ ଦେଇଥିଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.