ନୂଆଦିଲ୍ଲୀ:ଆଜିଠୁ ବିହାରର ରାଜଗିରରେ ଏସିଆ କପ୍ 2025(Asia Cup 2025) ହକି ଆରମ୍ଭ ହୋଇଛି । ଏଥିସହ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଧିନାୟକ ହରମନପ୍ରୀତ ସିଂ(Harmanpreet Singh)ଙ୍କ ଦମଦାର ହ୍ୟାଟ୍ରିକ୍ ଗୋଲ୍ (20’, 33’, 47’) ବଳରେ ଚୀନ ବିପକ୍ଷରେ ଭାରତ ବିଜୟ ହାସଲ କରିଛି । ଚୀନ ବିପକ୍ଷ ରୋମାଞ୍ଚକର ମ୍ୟାଚରେ ଭାରତ ୪-୩ଗୋଲ୍ ରେ ବିଜୟ ହାସଲ କରିଛି ।
ମ୍ୟାଚ୍ର ପ୍ରଥମ କ୍ୱାର୍ଟରରେ ଚୀନ୍ ଗୋଟିଏ ଗୋଲ (12’) ସ୍କୋର କରିଥିଲା। ପ୍ରଥମ କ୍ୱାର୍ଟର ପରେ ଭାରତ ୦-୧ ଗୋଲରେ ପଛୁଆ ଥିଲା। ଏହା ପରେ, ଭାରତ ଦ୍ୱିତୀୟ କ୍ୱାର୍ଟରରେ ସାନଦାର ପ୍ରଦର୍ଶନ କରି ଦୁଇଟି ଗୋଲ କରିଥିଲା । ଜୁଗରାଜ ସିଂ (18’)ପେନାଲ୍ଟି କର୍ଣ୍ଣରରେ ଭାରତ ପାଇଁ ପ୍ରଥମ ଗୋଲ କରିଥିଲେ ଏବଂ ଗୋଟିଏ ମିନିଟ୍ ପରେ ହରମନପ୍ରୀତ ସିଂହ (20’) ଆଉ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଭାରତ ହାପ୍ ଟାଇମ୍ ପର୍ଯ୍ୟନ୍ତ ଆଗୁଆ ଥିଲା।
𝗪𝗜𝗡 to begin! 🙌
India beat China in a closely contested match at the Hero Asia Cup, Rajgir, Bihar, 2025.
🇮🇳 4-3 🇨🇳#HockeyIndia #IndiaKaGame #HumSeHaiHockey #HeroAsiaCupRajgir pic.twitter.com/tEJbdlBUTT
— Hockey India (@TheHockeyIndia) August 29, 2025
ତୃତୀୟ କ୍ୱାର୍ଟରରେ ଭାରତ ଅଧିନାୟକ ହରମନପ୍ରୀତ ସିଂହ ଆଉ ଏକ ଗୋଲ ଦେଇ ଚୀନ୍ ବିପକ୍ଷରେ ଅଗ୍ରଣୀକୁ 3-1କୁ ବୃଦ୍ଧି କରିଥିଲେ। ଏହା ପରେ, ଚୀନ୍ ଖେଳାଳିମାନେ ଚମତ୍କାର ଖେଳିଥିଲେ ଏବଂ ଗୋଟିଏ ପରେ ଗୋଟିଏ ଦୁଇଟି ଗୋଲ (35’,41) ଦେଇ ସ୍କୋର ବରାବର କରିଥିଲେ ।
𝐂𝐚𝐩𝐭𝐚𝐢𝐧'𝐬 𝐒𝐡𝐨𝐰! 🫡
Our skipper, @13harmanpreet , put on a clinic to score a hat-trick and lead India to a win over China in the Hero Asia Cup, Rajgir, Bihar, 2025. He was awarded the Hero of the Match!#HockeyIndia #IndiaKaGame #HumSeHaiHockey #HeroAsiaCupRajgir pic.twitter.com/bFQAp0XsCl
— Hockey India (@TheHockeyIndia) August 29, 2025
ଚତୁର୍ଥ କ୍ୱାର୍ଟରରେ ହରମନପ୍ରୀତ ସିଂହ (47’) ଗୋଲ ସ୍କୋର କରି ତାଙ୍କର ହ୍ୟାଟ୍ରିକ୍ ପୂରଣ କରିଥିଲେ। ଏଥିସହ ଦଳକୁ 4-3 ର ନିର୍ଣ୍ଣାୟକ ଲିଡ୍ ଦେଇଥିଲେ ଅଧିନାୟକ ହରମନପ୍ରୀତ ।
ସୂଚନାଥାଉକି, ଭାରତ ପରବର୍ତ୍ତୀ ମ୍ୟାଚ୍ ରେ 31 ଅଗଷ୍ଟ ରବିବାର ଦିନ 3:00ରେ ଜାପାନ ସହିତ ମୁକାବିଲା କରିବ। ମ୍ୟାଚ୍ଗୁଡ଼ିକ ସୋନି ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରିତ ହେବ।
Comments are closed.