Latest Odisha News

ଏସିଆ କପ ହକି: ମାଲେସିଆ-ଭାରତ ମ୍ୟାଚ ଡ୍ର

ଭୁବନେଶ୍ୱର: ମାଲେସିଆରେ ଚାଲିଥିବା ଏସିଆ କପ ହକିରେ ରବିବାର ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ମାଲେସିଆ ସହ ମ୍ୟାଚ ଡ୍ର ରଖିଛନ୍ତି । ବୀରେନ୍ଦ୍ର ଲାକ୍ରା ନେତୃତ୍ୱାଧୀନ ଭାରତୀୟ ଟିମ ଆରମ୍ଭରୁ ସେ ଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ । ଜବରଦସ୍ତ ଫର୍ମରେ ଥିବା ମାଲେସିଆର ରାଜି ରହିମ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୨ଟି ଗୋଲ ସ୍କୋର କରି ଦଳକୁ ୨-୦ରେ ଆଗୁଆ କରିଥିଲେ । ବିଷ୍ଣୁକାନ୍ତ ଓ ଏସଭି ସୁନୀଲ ଗୋଲ ବଳରେ ଭାରତ ମ୍ୟାଚକୁ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଥିଲା ।

ଓଡିଶାର ନୀଲମ ସଞ୍ଜୀବ ଖେସ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୩-୨ରେ ଆଗୁଆ କରିଥିଲେ । ମାତ୍ର ଶେଷ ମୂହର୍ତରେ ରାଜି ତାଙ୍କର ବ୍ୟକ୍ତିଗତ ତୃତୀୟ ଗୋଲ କରି ମ୍ୟାଚକୁ ଡ୍ର କରାଇ ଦେଇଥିଲେ । ସୁପର ୪ର ପ୍ରଥମ ମ୍ୟାଚରେ ଭାରତ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ମଙ୍ଗଳବାର ଅନ୍ତିମ ମୁକାବିଲାରେ ଦଳ କୋରିଆକୁ ଭେଟିବ । ଏହା ପରେ ସୁପର୪ର ପ୍ରଥମ ୨ଟି ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଜୁନ ୧ରେ ଖେଳାଯିବ ।

Leave A Reply

Your email address will not be published.