Latest Odisha News

BREAKING NEWS

ଦୁନିଆକୁ ଡରାଇବା ଲକ୍ଷ୍ୟରେ ଡ୍ରୋନ କ୍ଷମତା ଦେଖାଇଲା ଇରାନ

ତେହେରାନ: ଦୁନିଆକୁ ଡରାଇବା ଲକ୍ଷ୍ୟରେ ଆଜି ଇରାନ ତାର ଶକ୍ତିଶାଳୀ ଓ ଅତ୍ୟାଧୁନିକ ଡ୍ରୋନ କ୍ଷମତା ପ୍ରଦର୍ଶନ କରିଛି । ଇରାନର ସରକାରୀ ଟିଭି ଚ୍ୟାନେଲରେ ଏହି ଡ୍ରୋନଗୁଡିକର ଫଟୋ ଦେଖା ଯାଇଥିଲା । ଏହା ମାରାତ୍ମକ ଏବଂ ମିସାଇଲଯୁକ୍ତ ଡ୍ରୋନ ବୋଲି ଜଣାପଡିଛି । ଏହାକୁ ଏକ ଗୁପ୍ତ ସ୍ଥାନରେ ରଖାଯାଇଛି । ତେବେ ଏହା କେଉଁଠାରେ ଅବସ୍ଥିତ ତାହା ଜଣାପଡି ନାହିଁ । କେମନଶାହ ସହରଠାରୁ ୪୦ ମିନିଟ ଦୂରରେ ଏହି ବେସ ରହିଥିବା ଅନୁମାନ କରାଯାଉଛି । ଇରାକ-ଇରାନ ଯୁଦ୍ଧ ପରଠାରୁ ୧୯୮୦ରୁ ଇରାନ ଡ୍ରୋନ ନିର୍ମାଣ କରିବା ଆରମ୍ଭ କରି ଦେଇଥିଲା ।

ଆର୍ମି ଚିଫ ମେଜର ଜେନେରାଲ ଅବଦୁଲରହିମ ମୌସବୀ ଓ ଇରାନ ଆର୍ମଡ ଫୋର୍ସର ମୁଖ୍ୟ ମେଜର ଜେନେରାଲ ମହମ୍ମଦ ବେଘରୀ ଡ୍ରୋନ ରହିଥିବା ବେସରେ ବୁଲୁଥିବା ଦେଖିବାକୁ ମିଳିଛି । ଇରାନୀ ସେନାର ଡ୍ରୋନ ସବୁବେଳେ ପ୍ରସ୍ତୁତ ହୋଇ ରହିଛି । ଆମ ଉପରେ ଆଖି ପକାଇଲେ ଏହା ଶତ୍ରୁର ହୋଶ ଉଡାଇଦେବ ବୋଲି ବେଘରୀ କହିଛନ୍ତି ।

Leave A Reply

Your email address will not be published.