Latest Odisha News

ବ୍ୟାଙ୍କକ୍ ଏସୀୟ ଶିଶୁ ସମ୍ମିଳନୀ: ଭାଗନେଲେ ଦୁଇ ଓଡିଆ ଝିଅ

ଭୁବନେଶ୍ୱର: ଜାତିସଂଘର ଶିଶୁ ଅଧିକାର ଘୋଷଣା ନାମାର ୩୦ ବର୍ଷ ପୂର୍ତ୍ତିକୁ ସାରା ବିଶ୍ଵ ପାଳନ କରୁଛି । ଏହି ଅବସରରେ ବ୍ୟାଙ୍କକ୍ ଏସୀୟ ଶିଶୁ ସମ୍ମିଳନୀ ଭାଗ ନେଇଛନ୍ତି ଦୁଇ ଓଡିଆ ଝିଅ । ସାଇଭାକ୍ ଆଞ୍ଚଳିକ ସଚିବାଳୟ (ଏସଆରଏସ), ସିଆରସି ଏସିଆ, ଏସିଡବ୍ଲୁସି ଥାଇଲାଣ୍ଡ ମିଳିତ ସହଯୋଗରେ ନଭେମ୍ବର ୨୫ ରୁ ୩୦ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଏଥିରେ ୨୨ ଟି ଦେଶର ଶିଶୁ ପ୍ରତିନିଧି ମାନେ ଭାଗ ନେଇଥିଲେ । ଏଥିରେ ଭାରତର ପ୍ରତିନିଧିତ୍ଵ କରିଥିଲେ ଓଡିଶାର ପ୍ରୀତିମୟୀ ସାହୁ, ମିଲୋନୀ ମିଶ୍ର ଏବଂ ପଶ୍ଚିମବଙ୍ଗର ପ୍ରଥିତ୍ ସିଂ ଓ ସାଶା ଅଗ୍ରୱାଲ। ଏହି ପ୍ରତିନିଧି ମାନେ ନ୍ୟାସନାଲ ଆକ୍ସନ୍ ଆଣ୍ଡ କୋଡିନେସନ୍ ଗ୍ରୁପ ଫର ଏଣ୍ଡିଙ୍ଗ ଭାଇଓଲେନ୍ସ ଏଗେନଷ୍ଟ ଚିଲଡ୍ରେନ୍ (ଏନଏସିଜି ଇଭାକ), ଭାରତ ଦ୍ଵାରା ମନୋନୀତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ମିଲୋନୀ ପିକକ୍ ସହାୟତାରେ ଗଠିତ ରାଜ୍ୟ ସ୍ତରୀୟ ଶିଶୁ ମହାସଭାର ସଦସ୍ୟା ଅଟନ୍ତି ଓ ପ୍ରୀତିମୟୀ ଓ.ଏଲ.ଏସ. ସହାୟତାରେ ଗଠିତ ଶିଶୁ ସଂଗଠନର ଏକ ସକ୍ରିୟ ସଦସ୍ୟା । ଶିଶୁ ମାନଙ୍କର ବାର୍ତ୍ତାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଭାରତର ଶିଶୁ ପ୍ରତିନିଧି ମାନଙ୍କ ସାଙ୍ଗରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ଆଇଜେଏମ, କଲିକତାର ଶିଶିର ଥାନିକାଲ ମଧ୍ୟ ଏହି ସମ୍ମିଳନୀରେ ଭାଗ ନେଇଥିଲେ। ଶିଶୁ ଅଧିକାରର ସୁରକ୍ଷା, ସେମାନଙ୍କ ବିରୁଦ୍ଧରେ ହେଉଥିବା ହିଂସା କୁ ରୋକିବା ଓ ସେମାନକୁ ଏକ ସୁସ୍ଥ ଓ ନିରାପଦ ବାତାବରଣ ପ୍ରଦାନ କରିବା ପାଇଁ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା ।

ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଏସିଆ ର ପିଲାମାନ ଙ୍କୁ ଏକତ୍ର କରି ସେମାନଙ୍କର ମତ ଓ ପରାମର୍ଶକୁ ଅଗ୍ରାଧିକାର ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

Leave A Reply

Your email address will not be published.