Latest Odisha News

BREAKING NEWS

ଏନ୍ଏସ୍ଏସ୍ ଶାଖା ପକ୍ଷରୁ ସୋଆ କ୍ୟାମ୍ପସରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମବାର୍ଷିକୀ ଏବଂ ନ୍ୟାସନାଲ ସର୍ଭିସ ସ୍କିମର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ମଙ୍ଗଳବାର ଦିନ ସୋଆ କ୍ୟାମ୍ପସରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଜସେବାର ପ୍ରକୃତ ଅର୍ଥ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ସାଧୁତା, ସମୟାନୁବର୍ତିତା, ଅନୁଶାସନ ଏବଂ ବୃହତର ସମାଜର କଲ୍ୟାଣ ବିନା ଜଣେ ସଫଳ ହୋଇପାରି ନଥାଏ ବୋଲି ସେ କହିଥିଲେ । ସମସ୍ତେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ସହ ଅନ୍ୟର ମଙ୍ଗଳ ପାଇଁ ପ୍ରୟାସ କରିବାକୁ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧିବାଦୀ ନେତା ପ୍ରହଲ୍ଲାଦ ସିହ୍ନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗାନ୍ଧିଜୀଙ୍କ ଜୀବନର ଅନେକ ଘଟଣା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।

ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ତୁଳିତ ମନ ଓ ଈଶ୍ୱର ସମର୍ପିତ ଭାବର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ଚେତନାମୂଳକ କବିତା ଗାନ କରିଥିଲେ ।

ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଦେଶରେ ଏନ୍ଏସ୍ଏସ୍ କାର୍ଯ୍ୟରେ ଆମ ରାଜ୍ୟ କେମିତି ଅଗ୍ରଣୀ ଭୂମିକା ନେଇଛି ସେ ସମ୍ପର୍କରେ କହିଛନ୍ତି।

ୟୁଥ୍ ଅଫିସର ନକୁଳ ଚନ୍ଦ୍ର ଦେଓରି ସୋଆ ଏନ୍ଏସ୍ଏସ୍ ୟୁନିଟ୍ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ ।

କାର୍ଯ୍ୟକ୍ରମରେ ସୋଆ ଅନ୍ତର୍ଗତ ୯ଟି ଅନୁଷ୍ଠାନର ୧୦୦୦ରୁ ଅଧିକ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ୩୦ ଜଣ ପ୍ରୋଗ୍ରାମ ଅଫିସର ଯୋଗ ଦେଇଥିଲେ । ସୋଆ ଏନ୍ଏସ୍ଏସ୍ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.