କୁଆଲାଲମ୍ପୁର: କୋଭିଡ୍-୧୯ ସଂକ୍ରମଣ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟଗୁଡିକୁ ଆୟୋଜନ କରିବା ନେଇ ଆୟୋଜକ ଦେଶଗୁଡିକ ଧିରେ ଧିରେ ଅଂଟା ଭିଡୁଛନ୍ତି । ଏସିଆରେ ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ ଟୁର୍ନାମେଣ୍ଟର ମ୍ୟାଚ୍ଗୁଡିକ ରୁଦ୍ଧଦ୍ୱାରରେ ଆୟୋଜନ ହେବାରେ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେଣୁ ଆଗକୁ ଏଏଫ୍ସି ଚାମ୍ପିୟନ୍ସ ଲିଗ, ଏଏଫ୍ସି କପ୍ ଆୟୋଜନ ହେବ ବୋଲି ଏସିଆନ ଫୁଟବଲ କନ୍ଫେଡେରେଶନ (ଏଏଫ୍ସି) ସମ୍ପାଦକ ଓ୍ବଣ୍ଡସୋର ଜନ ବିଶ୍ୱାସର ସହ କହିଛନ୍ତି ।
କୋଭିଡ୍-୧୯ ସଂକ୍ରମଣ କାରଣରୁ ଏହି ଦୁଇଟି ଟୁର୍ନାମେଣ୍ଟ ଜୁନ୍ ମାସ ଶେଷ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତବର୍ଷ ଏହି ଦୁଇ ଟୁର୍ନାମେଣ୍ଟ ଆୟୋଜନ ହେବ। ଏବେ ବି ଆମ ପାଖରେ ସମୟ ରହିଛି। ଏପ୍ରିଲ ଶେଷ ଆଡକୁ ଟୁର୍ନାମେଣ୍ଟଗୁଡିକର ନୂଆ ତାରିଖ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ଓ୍ବଣ୍ଡସୋର କହିଛନ୍ତି ।
Comments are closed.