Latest Odisha News

ଏସୀୟ କ୍ରୀଡ଼ା: ଇତିହାସ ରଚିଲେ ବିନେଶ ଫୋଗଟ, ଜିତିଲେ ମହିଳା କୁସ୍ତିରେ ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା : ଏସୀଆନ ଗେମ୍ସର ମହିଳା କୁସ୍ତିରେ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ବିନେଶ ଫୋଗଟ ।

ମହିଳା ୫୦କେଜି ଫ୍ରିଷ୍ଟାଇଲ୍ କୁସ୍ତି ବିଭାଗରେ ବିନେଶ ଫାଇନାଲରେ ଜାପାନୀ ଯୋଦ୍ଧା ୟୁକି ଇରୀଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରି ଭାରତ ଲାଗି ସ୍ୱର୍ଣ୍ଣ ଜିତିଛନ୍ତି ।

ସୁଟିଂରେ ୨ଟି ରୌପ୍ୟ ପଦକ
ଭାରତ ସୁଟିଂରେ ଆଜି ୨ଟି ରୌପ୍ୟ ପଦକ ହାସଲ କରିପାରିଛି । ପୁରୁଷ ୧୦ ମିଟର ଏୟାର ରାଇଫଲ୍ ବିଭାଗରେ ଭାରତୀୟ ସୁଟର୍ ଦୀପକ କୁମାର ୨ୟ ହୋଇ ରୌପ୍ୟ ଜିତିଛନ୍ତି ।

ସେହିପରି ସୁଟିଂର ପୁରୁଷ ଟ୍ରାପ୍ ବିଭାଗରେ ୨ୟ ସ୍ଥାନରେ ରହି ଭାରତୀୟ ସୁଟର୍ ଲକ୍ଷ୍ୟ ରୌପ୍ୟ ପଦକ ହାସଲ କରିପାରିଛନ୍ତି ।

ଗତକାଲି ଭାରତୀୟ ସୁଟର୍ ଅପୂବୀ ଚାଣ୍ଡେଲା ଏବଂ ରବି କୁମାର ୧୦ ମିଟର ଏୟାର ରାଇଫଲ୍ ରେ ୩ୟ ସ୍ଥାନ ହାସଲ କରି କାଂସ୍ୟ ପଦକ ହାସଲ କରିପାରିଥିଲେ ।

ତେବେ ଭାରତ କୁସ୍ତି ଏବଂ ସୁଟିଂରେ ଅଧିକ ପଦକ ହାସଲ କରିବାର ସମ୍ଭାବନା ରହିଛି । ଭାରତୀୟ ଆଇକନ୍ କୁସ୍ତିଯୋଦ୍ଧା ସୁଶିଲ୍ କୁମାର ପରାସ୍ତ ହୋଇଥିଲେ ମଧ୍ୟ ବଜରଙ୍ଗୀ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ପଦକ ଖାତା ଖୋଲିଥିଲେ ।

Leave A Reply

Your email address will not be published.