Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ହକିରେ ଗୋଲ୍ ବର୍ଷା, ଭାରତ ଇଣ୍ଡୋନେସିଆକୁ ୧୭ଟି ଗୋଲ ଦେଲା !

ଜାକର୍ତ୍ତା : ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଶାୟୀ ଭାରତୀୟ ହକି ଦଳ ତା’ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ଭାରତୀୟ ପୁରୁଷ ହକି ଦଳ ଆୟୋଜକ ଇଣ୍ଡୋନେସିଆଠୁଁ ୧୭-୦ ଗୋଲରେ ବିଜୟ ହାସଲ କରିଛି ।

ତେବେ ସବୁଠାରୁ ମଜାଦାର କଥା ହେଲା ଅପେକ୍ଷାକୃତ ଦୁର୍ବଳ ଦଳ ଇଣ୍ଡୋନେସିଆ ବିରୁଦ୍ଧରେ ୩ ଜଣ ଭାରତୀୟ ଖେଳାଳି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି । ଭାରତ ପକ୍ଷରୁ ମନଦୀପ ସିଂହ ୨୯, ୪୪ ଓ ୪୯ ମିନିଟରେ ୩ଟି ଗୋଲ୍ , ଦିଲପ୍ରିତ୍ ୬, ୨୯ ଓ ୩୨ ମିନିଟରେ ୩ଟି ଗୋଲ୍ ଏବଂ ସିମରନଜିତ୍ ସିଂହ ୧୩, ୩୮ ଓ ୫୩ ମିନିଟରେ ହ୍ୟାଟ୍ରିକ ଗୋଲ୍ ଦେଇଥିଲେ ।

ଅମିତ ରୋହିଦାସ

ଓଡ଼ିଆ ଖେଳାଳି ଅମିତ ରୋହିଦାସ ମ୍ୟାଚର ଅନ୍ତିମ ଅର୍ଥାତ ୫୩ ମିନିଟରେ ୧୭ତମ ଗୋଲ୍ ସ୍କୋର କରିବା ଫଳରେ ଭାରତ ଏକ ରେକର୍ଡ଼ ବିଜୟ ହାସଲ କରିପାରିଛି ଏହି ଏସିଆନ ଗେମ୍ସରେ ।

ବିରେନ୍ଦ୍ର ଲାକ୍ରା

ଏହି ମ୍ୟାଚରେ ୨ଜଣ ଓଡ଼ିଆ ଉଦୀୟମାନ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଭାରତ ଲାଗି ଚମତକାର ଖେଳ ପ୍ରଦର୍ଶନ କରିଛନ୍ତି ।

ସେହିପରି ଏହି ମ୍ୟାଚରେ ଗୋଲ୍ ସ୍କୋର କରିଥିବା ଅନ୍ୟ ଖେଳାଳିମାନେ ହେଲେ ରୁପିନ୍ଦର ସିଂହ ମ୍ୟାଚରେ ୧ମ ଓ ୨ୟ ମିନିଟରେ ପରକୁ ପର ଗୋଲ ଦେଇ ଭାରତୀୟ ଦଳରେ ଉନ୍ମାଦନା ସୃଷ୍ଟି କରିପାରିଥିଲେ । ଫରୱାର୍ଡ ଖେଳାଳି ଆକାଶଦୀପ ୨ଟି ଗୋଲ୍ , ଏସ ଭି ସୁନୀଲ୍ ୨୫ ମିନିଟରେ ଗୋଟିଏ ଗୋଲ, ବିବେକ ସାଗର ଗୋଟିଏ ଗୋଲ ଏବଂ ହରମନପ୍ରିତ ଗୋଟିଏ ଗୋଲ ସ୍କୋର କରିଥିଲେ ।

ଭାରତୀୟ ଦଳ

ଆଜି ଘରୋଇ ଦର୍ଶକଙ୍କ ସମର୍ଥନରେ ଇଣ୍ଡୋନେସିଆ ଶକ୍ତିଶାଳୀ ଭାରତକୁ ସାମ୍ନା କରି ପାରିନଥିଲା । ମ୍ୟାଚ୍ ର ପ୍ରାୟ ସମୟ ଭାରତୀୟଙ୍କ ହାତରେ ବଲ୍ ରହିଥିବାର ଦେଖାଯାଇଥିଲା । ଆଜି ଭାରତର ଚମତକାର ପ୍ରଦର୍ଶନରେ ଦଳ ସ୍ୱର୍ଣ୍ଣ ପଦକ ହାସଲ କରିପାରିବ ବୋଲି ଆଶା ଦୃଢିଭୂତ ହୋଇଛି ।

Leave A Reply

Your email address will not be published.