Latest Odisha News

BREAKING NEWS

ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହେଲା ଏସିଆନ ଗେମ୍ସ

ହାଙ୍ଗଝୋଉ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସର ୧୯ତମ ସଂସ୍କରଣର ଉଦଘାଟନୀ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହୋଇଯାଇଛି । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଉପସ୍ଥିତିରେ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା । ଏ ନେଇ ଆୟୋଜିତ ମନୋରଂଜନ କାର୍ଯ୍ୟକ୍ରମ ମାଧ୍ୟମରେ ଚୀନର ଅତୀତ, ବର୍ତମାନ ଓ ଭବିଷ୍ୟକ ଏକ ନୂତନ ଶୈଳୀରେ ପରିବେଷଣ କରାଯାଇଥିଲା । ଜଳ ହିଁ ଜୀବନ ଏହି କାର୍ଯ୍ୟକ୍ରମର ମୂଖ୍ୟ ବିଷୟ ଥିଲା । ଖେଳାଳିଙ୍କ ପ୍ୟାରେଡରେ ସର୍ବପ୍ରଥମେ ଆଫଗାନିସ୍ତାନ ଆଥଲେଟ ଆସିଥିଲେ । ପୁରୁଷ ହକି ଟିମର ଅଧିନାୟକ ହରମନପ୍ରୀତ ସିଂ ଓ ବକ୍ସର ଲଭଲୀନା ବୋରଗୋହେନ ଜାତୀୟ ପତାକା ସହ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ।

୪୦ କ୍ରୀଡାର ୪୮୧ ଇଭେଂଟରେ ଭାରତର ୬୫୫ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି । ୪୫ ଦେଶର ଆଥଲେଟଙ୍କ ମଧ୍ୟରେ ଏଥର କ୍ରୀଡା ମାଧ୍ୟମରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେବ । ଉଦଘାଟନୀ ଦିବସରେ ଭାରତୀୟ ପୁରୁଷ ଟିମ ଟେବୁଲ ଟେନିସରେ ତାଜିକସ୍ତାନ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ମାନବ, ହରମିତ ଦେଶାଇ ଓ ମାନୁଷ ଶହ ସେମାନଙ୍କ ମୁକାବିଲା ସହଜରେ ଜିତି ନେଇଥିଲେ । ଏହି ବିଜୟ ସହ ଭାରତ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛି । ମହିଳା ଟିମ ମଧ୍ୟ ନେପାଳକୁ ପରାସ୍ତ କରିଛି ।

Leave A Reply

Your email address will not be published.