Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ପୁରୁଷ ‘ସିପକଟାକ୍ରୋ’ ଦଳକୁ ମିଳିଲା ବ୍ରୋଞ୍ଜ୍

ଜାକର୍ତ୍ତା : ମଙ୍ଗଳବାର ଏସିଆନ ଗେମ୍ସରେ ଭାରତ ଲାଗି ଶୁଭ ମଙ୍ଗଳବାର ସାବ୍ୟସ୍ତ ହୋଇଛି । ସୁଟିଂରେ ଭାରତ ୩ଟି ପଦକ ହାସଲ କରିଥିବା ବେଳେ ପୁରୁଷ ସିପକଟାକ୍ରୋ ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛି ।

ଏସିଆନ ଗେମ୍ସରେ ଭାରତ ପ୍ରଥମଥର ଲାଗି ‘ସିପକଟାକ୍ରୋ’ ଖେଳରେ ଅଂଶଗ୍ରହଣ କରିଛି । ତେବେ ଯାହାବି ହେଉ ପ୍ରଥମ ପଦାର୍ପଣରେ ଭାରତୀୟ ଦଳ ପଦକ ହାସଲ କରି ଭାରତର ପଦକ ଟ୍ୟାଲିକୁ ବୃଦ୍ଧି କରିଛନ୍ତି ।

ଭାରତୀୟ ସିପକଟାକ୍ରୋ ଦଳ ସେମିଫାଇନାଲରେ ଥାଇଲାଣ୍ଡଠୁ ୦-୨ ପଏଣ୍ଟରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ହାତେଇ ପାରିଛି ।

ଭାରତ ପ୍ରଥମ ମ୍ୟାଚରେ ଇରାନକୁ ୨-୧ ରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ଇଣ୍ଡୋନେସିଆ ଠାରୁ ୦-୩ରେ ପରାସ୍ତ ହୋଇଥିଲା ।

Leave A Reply

Your email address will not be published.