Latest Odisha News

BREAKING NEWS

କେରଳ ବନ୍ୟା: ୭ଶହ କୋଟିର ଆର୍ଥିକ ସହାୟତା ଦେଲା ୟୁଏଇ

ନୂଆଦିଲ୍ଲୀ : କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଆଡୁ ସହାୟତାର ହାତ ବଢୁଛି । ଲୋକମାନଙ୍କୁ ପାଣି ଘେରରୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖାଯାଉଛି । ପ୍ରାୟ ୭ ଲକ୍ଷ ଲୋକ ଏବେ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି ।

ରାଜ୍ୟବ୍ୟାପି ଏବେ ସଂକ୍ରାମକ ରୋଗ ବ୍ୟାପିବାର ଭୟ ଲାଗି ରହିଛି । ଲୋକମାନେ ପିଇବା ପାଇଁ ପାନୀୟ ଜଳ ପାଇପାରୁନାହାଁନ୍ତି । ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟ ତଥା ସଂଘ ଗୁଡିକ ସମସ୍ତେ ସହାୟତାର ହାତ ବଢାଇଛନ୍ତି ।

ତେବେ କେରଳ ପାଇଁ ସଂଯୁକ୍ତ ଆରବ ରାଷ୍ଟ୍ର ଏମିରେଟସ୍ (ୟୁଏଇ)୭ଶହ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରସ୍ତାବ ଦେଇଥିବା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗଣମାଧ୍ୟମକୁ କହିଛନ୍ତି ।

କେରଳକୁ ଆର୍ଥୀକ ସହାୟତା ଯୋଗାଇବାରେ ବିଦେଶୀ ରାଷ୍ଟ୍ରଭାବେ ୟୁଏଇ ପ୍ରଥମ ।

ପୂର୍ବରୁ ଓଡିଶା ପକ୍ଷରୁ ୧୦କୋଟି ଟଙ୍କା ଓ ପ୍ରାୟ ୮କୋଟି ଟଙ୍କାର ପଲିଥିନ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.