Latest Odisha News

BREAKING NEWS

ଭୁବନେଶ୍ୱର: କଳିଙ୍ଗନଗର କେ-୭ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : କଳିଙ୍ଗନଗର କେ-୭ ଅଂଚଳର ଶ୍ରୀୟା ମହିଳା ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀୟା ମହିଳା ସଂଗଠନ ଏବଂ ବିଜୁ ଯୁବବାହିନୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ସ୍ୱେଚ୍ଛାସେବୀ ନମ୍ରତା ଚଢ଼ା, ପ୍ରୀତି ଛନ୍ଦା ଧଳ ଏବଂ ସ୍ଥାନୀୟ କର୍ପୋରେଟର୍ ଦିଲ୍ଲୀପ ମାଝୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ପ୍ରାୟ ୧୮୦ରୁ ଅଧିକ ବୃକ୍ଷ ରୋପଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମହିଳା ସଂଗଠନର ସଭାନେତ୍ରୀ ମଞ୍ଜୁଶ୍ରୀ ମିଶ୍ର, ଉପସଭାପତି ମମତା ଦାସ, ସମ୍ପାଦିକା ଗୀତାଞ୍ଜଳି ସାମଲ୍, ଗାୟତ୍ରୀ ମହାପାତ୍ର, ଶାନ୍ତି ମହାନ୍ତି ,ଓ ପ୍ରାଧ୍ୟାପିକା ଗୀତା କାନୁନ୍ଗୋ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲୋପାମୁଦ୍ରା ମହାନ୍ତି ।

ଶ୍ରୀୟା ମହିଳା ସଂଗଠନର ସମସ୍ତ ସଦସ୍ୟାଙ୍କ ସମେତ କଳିଙ୍ଗନଗର କେ-୭ ୱେଲ୍ଫେୟାର ଆସୋସିଏସନ୍ର ସଭାପତି ପାଣ୍ଡବ ମହାନ୍ତି, ଉପସଭାପତି ମୁକୁନ୍ଦ ପ୍ରସାଦ ତରାସିଆ, ସମ୍ପାଦକ ପୂର୍ଣ୍ଣ ସେନାପତି, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ୍ଲ ନନ୍ଦ ଏବଂ ଅନ୍ୟ ସମସ୍ତ ସଦସ୍ୟଙ୍କ ସମେତ କେ-୭ କଳିଙ୍ଗନଗରର ସମସ୍ତ ବାସିନ୍ଦା ଏବଂ ବିଜୁ ଯୁବବାହିନୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.