Latest Odisha News

ଗାଁରେ ‘ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍’ ପକ୍ଷୀଙ୍କ ଗୁଞ୍ଜରଣ

ଝାରସୁଗଡ଼ା : ପକ୍ଷୀଙ୍କ କଳରବରେ ଗୁଞ୍ଜରି ଉଠୁଛି ପରିବେଶ । ମନୋରମ ପରିବେଶ ଭିତରେ ଦଳ ଦଳ ପକ୍ଷୀଙ୍କ ସମାଗମ ସୌନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣ କରୁଛି । ଏବେ ସୁଦୂର ଇଲାକାରୁ ଉଡ଼ିଆସିଛନ୍ତି ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍ । । ଶହ ଶହ ବଗ ପ୍ରଜାତିରଏହି ପକ୍ଷୀ ଝାରସୁଗଡ଼ାର ଝାଡ଼େଶ୍ୱର ମନ୍ଦିରରେ ନିଜର ବାସସ୍ଥଳୀ କରିଛନ୍ତି । ମନ୍ଦିର ଭିତରେ ସେମାନଙ୍କର ବସା ବାନ୍ଧି ଅଣ୍ଡା ଦେବା ଆରମ୍ଭ କରିଛନ୍ତି । ଏମାନଙ୍କ ଦେଖିବାକୁ ଲାଗୁଛି ଆଖପାଖରୁ ଲାଗୁଛି ଲୋକଙ୍କର ଭିଡ । ଏହି ପକ୍ଷୀ ସବୁ ଅକ୍ଷୟ ତୃତୀୟାରେ ବହୁତ ପରିମାଣରେ ଆସିଥାନ୍ତି । ଆଉ ଅଣ୍ଡାଦେଇ ବଂଶବୃଦ୍ଧି କରନ୍ତି । ଠିକ୍ ସେପ୍ଟେମ୍ବରରେ ଫେରିଯାନ୍ତି । ଅପର ପକ୍ଷେ ପକ୍ଷୀ ଗୁଡିକୁ ପରିବେଶର ବନ୍ଧୁ ହେଉ ବା କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଇଥାଏ । ପାଣିପାଗ ସମ୍ପର୍କରେ ସୂଚନା ଦେବା ସହିତ ଚାଷୀଙ୍କୁ ଚାଷରେ ବି ବେଶ ସହଯୋଗ କରିଥାନ୍ତି ।
 ଚାଷ ଜମି ପାଇଁ କ୍ଷତିକାରକ ପୋକରୁ ନେଇ ଗେଣ୍ଡା ଆଦି ଖାଇଯାନ୍ତି । ଏହି ପକ୍ଷୀ ପ୍ରତି ବର୍ଷ ଆସନ୍ତି ଆଉ କିଛି ଦିନ ରହିବା ପରେ ପୁଣି ଫେରିଯାନ୍ତି ସୁଦୂର ଇଲାକାରୁ । ଏଗୁଡିକୁ ପ୍ରବାସୀ ପକ୍ଷୀ ବୋଲି ମଧ୍ୟ କୁହାଯାଇଥାଏ । ଖାସ୍ କରି ଏମାନେ ଭାରତରେ ହିଁ ବେଶୀ ପରିମାଣର ରହୁଥିବା ଜଣାପଡିଛି ।  ଏାମନେ ଏହି ଗାଁରେ ବସବାସ କରିବା ସହିତ ସେମାନଙ୍କ କଳରବରେ ଏକ ମନୋରମ ପରିବେଶ ସୃଷ୍ଟି ହୋଇଥାଏ । ସବଠୁ ବଡ଼ କଥା ହେଲା  ଚଳିତ ଥର ବି ଏଠାରେ ଗାଁର ଲୋକେ ଏମାନଙ୍କ ସୁରକ୍ଷା ପ୍ରତି ବେଶ ଦାୟିତ୍ୱ ବାନ୍ ହୋଇଛନ୍ତି । . . ..

 

Leave A Reply

Your email address will not be published.