Latest Odisha News

ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେନି କଣ୍ଟେଣ୍ଟ

ନୂଆଦିଲ୍ଲୀ : ଟିକ୍ ଟକ୍ ବ୍ୟବହାରକାରୀ ସାବଧାନ । କାରଣ ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେ ନାହିଁ କଣ୍ଟେଣ୍ଟ । ଯଦି ଏଭଳି କରନ୍ତି ତେବେ ତାହା ଅଟୋମେଟିକ ଭାବେ ହଟିଯିବ । ହିଂସା, ନଗ୍ନତା, ଅଶାଳୀନ ଗ୍ରାଫିକ୍ସ, ଯୌନଗତ କାର୍ଯ୍ୟକଳାପ, ବେଆଇନ କାର୍ଯ୍ୟକଳାପ ଆଦିକୁ ପୋଷ୍ଟ କରାଗଲେ ତାହା ସ୍ବୟଂକ୍ରିୟ ଭାବେ ଟିକ ଟକରୁ ହଟିଯିବ । ଏନେଇ ଟିକ ଟକ ପକ୍ଷରୁ ବ୍ୟବହାରକାରୀଙ୍କୁ ଦିଆଯିବ ସୂଚନା ।

ଯଦି ବ୍ୟବହାରକାରୀ ଚାହାନ୍ତି ତେବେ ପୁନର୍ବିଚାର ଲାଗି ଟିକ୍ ଟକ୍ ନିକଟରେ ଆବେଦନ କରିପାରିବେ । ସଟ୍ ଭିଡିଓ ପ୍ଲାଟଫର୍ମ ଟିକ୍ ଟକର ଏହି ନିଷ୍ପତ୍ତି ଯୋଗୁ ବ୍ୟବହାରକାରୀମାନେ ଏଣିକି ସତର୍କ ହେବେ । କମ୍ପାନୀର ନୂଆ ନିୟମ ଓ ଗାଇଡଲାଇନ ଅନୁସାରେ ନିଆଯାଇଛି ଏଭଳି ପଦକ୍ଷେପ । ନୂଆ ବ୍ୟବସ୍ଥା ଅନୁସାରେ ଯଦି ଟିକ୍ ଟକ୍ ଏପରି କିଛି ଅଶାଳୀନ ବିଷୟ ପୋଷ୍ଟ ହୋଇଥିବା ଠାବ କରିବ, ତେବେ ଏହି ପୋଷ୍ଟକୁ ତୁରନ୍ତ ପ୍ଲାଟଫର୍ମରୁ ଅପସାରଣ କରାଯିବ । ପ୍ରଥମେ ଆମେରିକା ଓ କାନାଡାରେ ଏହି ନିୟମ ଲାଗୁ ହେବା ପରେ ଭାରତ ସମେତ ଅନ୍ୟ ଦେଶରେ ଏହି ନିୟମ କାର୍ଯ୍ୟକାରୀ ହେବ । ଗତବର୍ଷ ଟିକ୍ ଟକକୁ ବ୍ୟାନ କରାଯାଇଥିଲେ ବି ଏହାର ବିଭିନ୍ନ ଭର୍ସନକୁ ଏବେ ବି ଭାରତରେ ବ୍ୟବହାର କରାଯାଉଛି ।

Leave A Reply

Your email address will not be published.