Latest Odisha News

BREAKING NEWS

ପୁରୀ ରଥଯାତ୍ରା ନେଇ ସୁରକ୍ଷା ସ୍ଥିତି ସମୀକ୍ଷା

ପୁରୀ:  ପୁରୀ ରଥଯାତ୍ରାରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ ଅଧିକାରୀ ମାନେ କିଭଳି ଡ୍ୟୁଟି ସଠିକ ଭାବେ କରି ପାରିବେ ଓ କଣ ସୁବିଧା ଦିଆଯାଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ତେବେ ଶାନ୍ତି ଶୃଙ୍ଖଳାରେ କିଭଳି କୋଭିଡ କଟକଣା ରେ ରଥଯାତ୍ରା ଶେଷ ହେବ ତାହା ପୋଲିସ ବିଭାଗର ମୁଖ୍ୟ ଦାୟିତ୍ୱ ଥିବା ପୋଲିସ ଡିଜି କହିଛନ୍ତି ।

ପୂର୍ବ ବର୍ଷ ଯେଭଳି କୋଭିଡ କଟକଣାକୁ ପୁରୀ ବାସୀ ମାନି ମହାପ୍ରଭୁଙ୍କ ଯାତ୍ରାକୁ ସଫଳ କରାଇ ଥିଲେ । ଚଳିତ ବର୍ଷ ମଧ୍ୟ ପୁରୀ ବାସୀ ସହଯୋଗ କରିବାକୁ ପୋଲିସ ଡିଜି ପୁରୀ ବାସିନ୍ଦା ଙ୍କୁ କହିଛନ୍ତି । । ପୁରୀ ସହରକୁ ମୋଟ ୧୨ଟି ଯୋନରେ ବିଭକ୍ତ କରାଯାଇଥିବା ବେଳେ ୬୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।

ସେହିପରି ରବିବାର ରାତି ୮ ଟା ରୁ ମଂଗଳବାର ରାତି  ୮ଟା ଯାଏ କର୍ଫ୍ୟୁ ଦଲବତ୍ତର ରହିବ। ପୁରୀର ସମସ୍ତ ପ୍ରବେଶ ପଥ ସିଲ କରାଯାଇ ଥିବା ବେଳେ ବଡ଼ ଦାଣ୍ଡ କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯାଇଛି।

Leave A Reply

Your email address will not be published.