Latest Odisha News

BREAKING NEWS

ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ସବିତା ଜିତିଲେ ରୌପ୍ୟ

ଭୁବନେଶ୍ୱର: କୁଏଟରେ ଅନୁଷ୍ଠିତ ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ସବିତା ଟପ୍ପୋ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ହାସଲ କରିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ୧୪.୧୭ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଏହା ପୂର୍ବରୁ ଭୋପାଳରେ ଅନୁଷ୍ଠିତ ୧୮ ବର୍ଷରୁ କମ ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଓଡିଶା ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ନେଇ ସବିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡିଶା ରିଲାଏନ୍ସ ଫାଉଣ୍ଡେଶନରେ ସେ ପ୍ରଶିକ୍ଷଣ ନେଉଛନ୍ତି । ଅକ୍ଟୋବର ୧୩ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ଚାମ୍ପିୟନଶିପରେ ଭାରତ ପକ୍ଷରୁ ୩୫ ଜଣିଆ ଆଥଲେଟ ଟିମ ଅଂଶଗ୍ରହଣ କରୁଛନ୍ତି ।

ଏହି ପ୍ରତିଯୋଗିତାରେ ଭାରତ କୁଲଦୀପ କୁମାର(ବ୍ରୋଞ୍ଜ), ମୁବାସିନା ମହମ୍ମଦ(ରୌପ୍ୟ), ଆକାଶ ଯାଦବ(ବ୍ରୋଞ୍ଜ), ସିଦ୍ଧାର୍ଥ ଚୌଧୁରୀ(ସ୍ୱର୍ଣ୍ଣ), ଅମିତ ଚୌଧୁରୀ (ସ୍ୱର୍ଣ୍ଣ), ନିକିତା କୁମାରୀ(ବ୍ରୋଞ୍ଜ), ଈଶା ଯାଦବ(ରୌପ୍ୟ), ଅନୁଷ୍କା କୁମ୍ଭ(ବ୍ରୋଞ୍ଜ), ଅର୍ଜୁନ(ରୌପ୍ୟ), ହିଂମାଶୁ ମିଶ୍ର(ବ୍ରୋଞ୍ଜ) ଓ ସବିତା ଟପ୍ପୋ ରୌପ୍ୟ ପଦକ ହାସଲ କରିଛନ୍ତି ।

Comments are closed.