Latest Odisha News

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦୁର୍ନୀତି: ଆନିକଟ୍‌ ମରାମତି ପାଇଁ ଆସିଥିବା ଅନୁଦାନ ହଡପ୍‌

ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଜଳ ସଂରକ୍ଷଣ ପାଇଁ ଉଦ୍ଧିଷ୍ଟ ସମାପଲ୍ଲୀ ଓ ପଥରା ଗାଁ ନିକଟରେ ଆନିକଟ ମରାମତି ପାଇଁ ଆସିଥିଲା ଅନୁଦାନ । କିନ୍ତୁ ଆନିକଟ ତିଆରି ନକରି ଅନୁଦାନ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି ।

ଆରଟିଆଇ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ମରାମତି ବାବଦରେ ୨୦୨୦ ଡିସେମ୍ବରରେ ଆସିଥିଲା ୨୮ ଲକ୍ଷ ୪୬ ହଜାର ଟଙ୍କା । ଏହାର ୬ ମାସ ପୂର୍ବରୁ ୮ ଲକ୍ଷ ୮୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ମରାମତି ନକରି ମଞ୍ଜୁର ଅର୍ଥକୁ ଚଳୁ କରିଦିଆଯାଇଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଅଧିନରେ ହେଉଥିବା ଅନେକ କାମରେ ଏଭଳି ମିଥ୍ୟା ବିଲ୍ କରି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ।

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଫିଟୁଛି କଳା ଟଙ୍କାର ମହାଗୁମର । କିଛିଦିନ ତଳେ ଦ୍ୱିତୀୟ ପତ୍ନୀ ରହୁଥିବା ଫ୍ଲାଟରୁ ମିଳିଥିଲା ନଗଦ ୨ କୋଟି ୪୧ ହଜାର ଟଙ୍କା । ଏବଂ ବସ୍ତିରେ ରହୁଥିବା ଶାଳୀଙ୍କ ଘରୁ ଜବତ ହୋଇଥିଲା ଆହୁରି ୧ କୋଟି ୪୧ ଲକ୍ଷ ଟଙ୍କା ।

Leave A Reply

Your email address will not be published.