Latest Odisha News

BREAKING NEWS

ରୁଷ ପାଖରୁ ତେଲ କିଣି ଭାରତ ଅନ୍ତର୍ଜାତୀୟ ଚୁକ୍ତି ଉଲ୍ଲଂଘନ କରୁଛି କି ? ଜବାବ ରଖିଲା ଆମେରିକା

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୈଠକ କରିଛନ୍ତି । ଭର୍ଚୁଆଲ ମୋଡରେ କରିଥିବା ଏହି ବୈଠକ ଉପରେ ସାରା ବିଶ୍ୱର ନଜର ଥିଲା । ମୁଖ୍ୟତଃ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଦୁଇ ନେତାଙ୍କ ଆଭିମୁଖ୍ୟ କଣ ହେବା ତା ଉପରେ ଦୁନିଆର ନଜର ଥିଲା । ଏହି ବୈଠକରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ।

ତେଲ ପ୍ରସଙ୍ଗରେ ବୈଠକ ପରେ ଆମେରିକା କହିଛି ଯେ ରୁଷ ପାଖରୁ ତେଲ ଆମଦାନୀ କରି ଭାରତ କୌଣସି ପ୍ରତିବନ୍ଧକକୁ ଉଲ୍ଲଂଘନ କରୁନାହିଁ। ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ପସାକି କହିଛନ୍ତି ଯେ ରୁଷ ପାଖରୁ ତେଲ ଆମଦାନୀ କରି ଭାରତ କୌଣସି ପ୍ରତିବନ୍ଧକକୁ ଉଲ୍ଲଂଘନ କରୁନାହିଁ।

ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୈଠକ ବେଳେ କହିଥିଲେ ଯେ ତେଲ ଆମଦାନୀ କ୍ଷେତ୍ରରେ ଭାରତକୁ ସାହାଯ୍ୟ କରିବାକୁ ଆମେ ଅଛୁ। ଏପରି କହି ତେଲ କିଣାବିକା କ୍ଷେତ୍ରରେ ଋଷ ଅପେକ୍ଷା ଆମେରିକା ଭାରତ ପାଇଁ ଅଧିକ ଲାଭଦାୟକ ହେବ ବୋଲି ଆମେରିକା ଭାରତକୁ କହିବାକୁ ଚେଷ୍ଟା କରୁଥିଲା।

ତେବେ ବୈଠକ ପରେ ହ୍ୱାଇଟ ହାଉସର ମୁଖପାତ୍ର କହିଛନ୍ତି ଯେ ଏହା ଏକ ଗଠନମୂଳକ ବୈଠକ, ଫଳପ୍ରଦ ହୋଇଛି। ଏହା ଏକ ସମ୍ପର୍କ ଯାହା ଆମେରିକା ଏବଂ ରାଷ୍ଟ୍ରପତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେହିପରି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଗୋଟିଏ ମାସରେ ଭାରତ ରୁଷଠାରୁ ଯେତିକି ତେଲ କିଣିଛି, ତାହା ବୋଧହୁଏ ୟୁରୋପ ଗୋଟିଏ ଦିନରେ ଅପରାହ୍ନରେ ସେତିକି ତେଲ କିଣୁଛି । ମିଡିଆର ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଛନ୍ତି, ଭାରତର ତେଲ କିଣିବା ଉପରେ ନଜର ରଖିବା ପୂର୍ବରୁ ଯୁଦ୍ଧ ଭିତରେ ରୁଷ ପାଖରୁ ଏବେ ବି ୟୁରୋପ ଗୋଟିଏ ବଡ ପରିମାଣର ତେଲ କିଣୁଛି ବୋଲି ସେ କହିଛନ୍ତି।

ଭାରତ ଯେଉଁ ତେଲ କିଣୁଛି ତାହା ନିଜ ଦେଶର ଆବଶ୍ୟକତା ପୂରଣ କରିବାକୁ। ଭାରତ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଅନେକ ବୟାନ ଦେଇଛି । ଉଭୟ ଜାତିସଂଘ, ଭାରତର ସଂସଦରେ ରେକର୍ଡ ରହିଛି ବୋଲି ଜୟଶଙ୍କର କହିଛନ୍ତି। ଆମେ ଆଲୋଚନା ଓ କୂଟନୀତି ପାଇଁ ଅଛୁ। ହିଂସାକୁ ତୁରନ୍ତ ବନ୍ଦ କରିବା ପାଇଁ ଆମେ ପ୍ରସ୍ତୁତ ଏବଂ ଏହି ଲକ୍ଷ୍ୟ ହାସଲରେ ଆମେ ଯେକୌଣସି ପ୍ରକାରର ଯୋଗଦାନ ଦେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

ହ୍ୱାଇଟ୍ ହାଉସ୍ ମଧ୍ୟ ତେଲ କିଣିବା ପ୍ରସଙ୍ଗରେ ଭାରତର ପକ୍ଷ ନେଇଛି ଏବଂ କହିଛି ଯେ ଏହାର ମୋଟ କ୍ରୟ ଆମେରିକାର ୧୦ ପ୍ରତିଶତ ତୁଳନାରେ ଏକ ଏବଂ ଦୁଇ ପ୍ରତିଶତରୁ କମ୍ ଅଟେ। ଏହି ସମୟରେ ଏହା ୧ରୁ ୨ ପ୍ରତିଶତ ରୁଷ ପାଖରୁ କିଣୁଛନ୍ତି।

Leave A Reply

Your email address will not be published.