Latest Odisha News

BREAKING NEWS

ଅସିତ୍ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ବରିଷ୍ଠ ଆଇଏଏସ ଅଧିକାରୀ ଅସିତ୍ ତ୍ରିପାଠୀଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି ।

ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢୀ ମୁଖ୍ୟ ଶାସନ ସଚିବ ପଦବୀରୁ ଇସ୍ତଫା ପ୍ରଦାନ କରିବା ପରେ ଏହି ପଦ ଖାଲି ପଡ଼ିଥିଲା । ରାଜ୍ୟପାଳ ଗଣେଶୀ ଲାଲଙ୍କ ଅନୁମୋଦନକ୍ରମେ ଶ୍ରୀ ପାଢୀ ରାଜ୍ୟ ନିର୍ବାଚନ କମିଶନର୍ ଭାବେ ନିଯୁକ୍ତ ହେବେ ।

ଶ୍ରୀ ତ୍ରିପାଠୀ ଯିଏକି ୧୯୮୬ ବ୍ୟାଚର ଜଣେ ଆଇଏଏସ ଅଧିକାରୀ ଏବଂ ଏହାପୂର୍ବରୁ ସେ ଉନ୍ନୟନ କମିଶନର୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

ଏହାବ୍ୟତୀତ ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର୍ ଭାବେ ନିଯୁକ୍ତ କରାଯାଇଛି । ଏଥିସହିତ ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପୁରୀର କାର୍ଯ୍ୟକାରୀ ଚେୟାରପର୍ସନ ଭାବେ ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି ।

ଅନ୍ୟପକ୍ଷରେ ୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ତଥା ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପୁରୀର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର୍ ଭାବେ ନିଯୁକ୍ତ କରାଯାଇଛି ।

ରାଜ୍ୟ ଲୋକସେବା ଭବନରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ଆସନ୍ତା ଅଗଷ୍ଟ ୧୯ ତାରିଖରୁ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.