Latest Odisha News

ଖୋଲିଲା ହୀରାକୁଦ ଡ୍ୟାମର ୨ଟି ଗେଟ୍, ଆଉ ୧୪ଟି ଖୋଲିବ ଆଜି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗତ ବୁଧବାର ଦିନ ନିଷ୍କାସିତ ହୋଇଥିବା ବେଳେ ଆଜି ପର୍ଯ୍ୟାୟକ୍ରମେ ୨ଟି ଗେଟ୍ ଖୋଲିଛି ।

ମିଳିଥିବା ସୂଚନାନୁଯାୟୀ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୨୧ ଫୁଟକୁ ଛୁଇଁଛି ।

ଏହାକୁ ନଜରରେ ରଖି ଆଉ ୧୬ଟି ଗେଟ୍ ଖୋଲାଯିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ପ୍ରାୟ ଦିନ ୧ଟା ବେଳକୁ ଗେଟ୍ ପରବର୍ତ୍ତୀ ପର୍ଯ୍ୟାୟକ୍ରମେ ଆଉ ୧୪ଟି ଗେଟ୍ ଖୋଲାଯିବା ନେଇ ଜଳ ସମ୍ପଦ ବିଭାଗର ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଅପରପକ୍ଷରେ ଜଳ ଭଣ୍ଡାର ମଧ୍ୟକୁ ସେକେଣ୍ଡ ପିଛା ୨,୫୮,୩୧୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧୫,୨୯୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.