Latest Odisha News

BREAKING NEWS

ବାପାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ପାଇଁ ଦୁଇ ବର୍ଷ ପୂର୍ବେ ପାଣ୍ଡିଆନଙ୍କୁ କହିଥିଲି: ସମ୍ବିତ ରାଉତରାୟ

ଭୁବନେଶ୍ୱର: ଦୁଇ ବର୍ଷ ପୂର୍ବେ ତତ୍କାଳୀନ ଫାଇଭ ଟି ସଚିବ ଏବଂ ଏବେର ଫାଇଭ ଟି ଅଧ୍ଯକ୍ଷଙ୍କୁ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବାକୁ କହିଥିଲେ ବୋଲି କହିଛନ୍ତି ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ଆଜି ଦାମ ରାଉତଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବା ପରେ ସମ୍ବିତ ରାଉତରାୟ ଏହା କହିଛନ୍ତି।

ସେ କହିଛନ୍ତି, ବାପା ଏବେ ହସ୍ପିଟାଲରେ ଅଛନ୍ତି। ସେ ଏହି ଖବର ଜାଣିବା ପରେ ଖୁସି ହେବେ। ବହିଷ୍କୃତ ହେବା ପରେ ଦାମ ରାଉତ ତଥା ତାଙ୍କ ବାପା ମାନସିକ ଚାପରେ ରହୁଥିଲେ ବୋଲି ଆଜି ଗଣମାଧ୍ୟମକୁ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି। ତେବେ ଦୁଇ ବର୍ଷେ ପୂର୍ବରୁ ସେ ଏ ନେଇ ପାଣ୍ଡିଆନଙ୍କୁ କହିଥିଲେ ବୋଲି କହିଛନ୍ତି। ସେ ସମୟ ସୁବିଧା ଦେଖି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ସମ୍ବିତ ରାଉତରାୟ କହିଛନ୍ତି। ପରେ ନୂଆବର୍ଷରେ ଏହିପରି ଏକ ନିଷ୍ପତ୍ତିକୁ ନେଇ ସମ୍ବିତ ଖୁସି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ଯ, ଅନ୍ତିମଥର ବାଲିକୁଦ-ଏରସମା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଦାମ ରାଉତ। କିନ୍ତୁ ସେ ନିର୍ବାଚନରେ ହାରିବା ପରେ ବିଜେପିରୁ ଇସ୍ତଫା  ଦେଇଥିଲେ।

୨୦୧୮ ମସିହାରେ ଦାମ ଦଳରୁ ବହିଷ୍କୃତ ହୋଇଥିଲେ। ଓମଫେଡରେ ୩୦ କୋଟି ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମୋଦର ରାଉତ ସରକାରକୁ ସେତେବେଳେ ଅଡ଼ୁଆରେ ପକାଇଥିଲେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଚାରା ରୋପଣରେ ୧୦୦ କୋଟି ଟଙ୍କା ଠକେଇ ହୋଇଥିବା ସେ ଅଭିଯୋଗ କରିଥିଲେ। ଏପରିକି ସେ ବାରମ୍ବାର କିଛି ପ୍ରଭାବଶାଳୀ ଅମଲା ଏବଂ ଦଳର କିଛି ଯୁବ ନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ପରେ ଦଳର ସୁପ୍ରିମୋ ସେପ୍ଟେମ୍ବର ୧୨ରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।

Leave A Reply

Your email address will not be published.