Latest Odisha News

BREAKING NEWS

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଏଏସପି ସହିଦ

ଛତିଶଗଡ଼: ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଥାନା ଅଞ୍ଚଳରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ଏଥିରେ କୋଣ୍ଟା ଏଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ସବ-ଡିଭିଜନାଲ୍ ପୋଲିସ ଅଧିକାରୀ କୋଣ୍ଟା ଭାନୁପ୍ରତାପ ଚନ୍ଦ୍ରାକର ଏବଂ କୋଣ୍ଟା ପୋଲିସ ଷ୍ଟେସନ୍ ଇନଚାର୍ଜ ସୋନାଲ ଗ୍ୱାଲା ଆହତ ହୋଇଛନ୍ତି। କୁହାଯାଉଛି ଯେ ଏହି ବିସ୍ଫୋରଣ ସକାଳ ୯-୧୦ମଧ୍ୟରେ ହୋଇଥିଲା। ବସ୍ତର ଆଇଜି ସୁନ୍ଦରରାଜ ପି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ବସ୍ତର ଆଇଜି ସୁନ୍ଦରରାଜ ପି. କହିଛନ୍ତି ଯେ,ଗତକାଲି ରାତିରେ କୋଣ୍ଟା ଅଞ୍ଚଳର ଚିକୱାରଗୁଡ଼ା ଖଣିରେ ସ୍ଥାପିତ ପୋକଲେନରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ। ଏହି ଖବର ପାଇବା ପରେ ସୁକମା ଏଏସପି ଆକାଶ ରାଓ କୋଣ୍ଟା ଏରାବୋର ରାସ୍ତାରେ ପାଟ୍ରୋଲିଂ ପାଇଁ ବାହାରିଥିଲେ।ଏହି ସମୟରେ, ଡୋଣ୍ଡ୍ରା ନିକଟରେ ତାଙ୍କର ପାଦ ଏକ ପ୍ରେସର IED ବୋମା ଉପରେ ପଡିଯାଇଥିଲା, ଫଳରେ ବୋମାଟି ବିସ୍ଫୋରଣ ହୋଇଥିଲା। ଏହି ନକ୍ସଲ ଘଟଣାରେ ASP ଗୁରୁତର ଆହତ ହୋଇଥିଲେ। ଏହା ବ୍ୟତୀତ SDOP, ପୋଲିସ ଷ୍ଟେସନ ଇନଚାର୍ଜ ଏବଂ କିଛି ଯବାନ ମଧ୍ୟ ଆହତ ହୋଇଥିଲେ।

ଆଇଇଡି ବିସ୍ଫୋରଣରେ ଆହତ ପୋଲିସ ଅଧିକାରୀ ଏବଂ ଯବାନମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୋଣ୍ଟା କମ୍ୟୁନିଟି ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ସମୟରେ ଏଏସପି ଆକାଶ ରାଓ ସହିଦ ହୋଇଛନ୍ତି। ଅନ୍ୟ ଆହତମାନେ ବିପଦମୁକ୍ତ ଅଛନ୍ତି। ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଛି ।

Comments are closed.