Latest Odisha News

BREAKING NEWS

ସପ୍ତାହରେ ସରିବ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ

ଗୁଆହାଟି: ଆସାମ ସରକାର ୧୫ରୁ ୧୮ ବର୍ଷ ବୟସର ସମସ୍ତ ଯୋଗ୍ୟ ପିଲାଙ୍କୁ ସପ୍ତାହ ମଧ୍ୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି।

ସ୍ବାସ୍ଥ୍ୟ ଏବଂ ଶିକ୍ଷା କର୍ତ୍ତୃପକ୍ଷ ମିଳିତ ଭାବେ ରାଜ୍ୟର ସ୍କୁଲ ଏବଂ ଜୁନିଅର କଲେଜଗୁଡ଼ିକରେ ସ୍ୱତନ୍ତ୍ର ଶିବିର ସ୍ଥାପନ କରିବେ ଏବଂ ଛାତ୍ରମାନଙ୍କୁ ଟିକାକରଣ କରିବେ।

୧୫ ବର୍ଷରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଅଭିଯାନ ଜାନୁୟାରୀ ୩ ରୁ ଆରମ୍ଭ ହେବ। ତୃତୀୟ ଡୋଜର ଆରମ୍ଭ ପୂର୍ବରୁ ଜାନୁୟାରୀ ୯ ସୁଦ୍ଧା ସମସ୍ତ ଯୋଗ୍ୟ ୧୫-୧୮ ବର୍ଷ ବୟସ୍କଙ୍କ ଟିକାକରଣର ପ୍ରଥମ ମାତ୍ରା ଶେଷ କରିବାକୁ ଆମେ ଏହାକୁ ଏକ ମିଶନ ଭାବରେ ଗ୍ରହଣ କରିଛୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.