Latest Odisha News

BREAKING NEWS

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଆସାମରେ ଜରୁରୀ ଅବତରଣ କଲା ବିମାନ, ଯାତ୍ରୀ ସୁରକ୍ଷିତ

ଆସାମ : ଆସାମରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା ବିମାନ। ବୁଧବାର ଆସାମର ସିଲଚରସ୍ଥିତ କୁମ୍ଭଗ୍ରାମରେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ଏୟାର ଇଣ୍ଡିଆ ବିମାନ । ହେଲେ ପଛ ଚକାରେ କୌଣସି ତ୍ରୁଟି ଦେଖାଦେବାରୁ ବିମାନକୁ ଜରୁରୀ କାଳିନ ଅବତରଣ କରିବାକୁ ପଡ଼ିଛି । ବିମାନ ଜରୁରୀକାଳିନ ଅବତରଣ ପାଇଁ ଡିକ୍ଲାର କରାଯିବା ବେଳେ ଯାତ୍ରୀ ମାନେ ଭୟଭୀତ ହୋଇଯାଇଥିଲେ।

ହେଲେ ଯାତ୍ରୀ ମାନେ ସୁରକ୍ଷିତ ଥିବା ସୂଚନା ମିଳିଛି। ।ଏୟାର ଇଣ୍ଡିଆର ବିମାନ A-319 ବିମାନଟି ଯାତ୍ରୀଙ୍କୁ ନେଇ କଲୋକାତା ଅଭିମୁଖେ ଯାତ୍ରା କରିବା ବେଳେ ଏଭଳି ଅଘଟଣର ସାମ୍ନା କରିଥିଲା। ଏହି ବିମାନରେ ଦୁଇ ଇଞ୍ଜିନ ବିଶିଷ୍ଟ ହୋଇଥିବା ବେଳେ ଏହି ବିମାନରେ ୧୨୪ରୁ ୧୫୬ ଯାତ୍ରୀ ବହନ କରିବାର କ୍ଷମତା ରହିଛି।

Leave A Reply

Your email address will not be published.