Latest Odisha News

BREAKING NEWS

ରିୟଲ ଲାଇଫରେ ଆଇପିଏସ୍ ଅଫିସରଙ୍କ ଡବଲ ରୋଲ୍ !

ଆସାମ: ପାହ୍ୟା ପୋଲିସ ଅଫିସର । ହେଲେ ଲୋକଙ୍କ ପାଖରେ ପାଲଟିଛନ୍ତି ଡାକ୍ତର । ରିୟଲ୍ ଲାଇଫରେ ଡବଲ୍ ରୋଲ୍ । ଗୋଟେପଟେ ଏସ୍‌ପି ଭାବେ ନିଯୁକ୍ତି । ହେଲେ କରୋନା କାଳରେ ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି । ଏପରି ମହତ କାମ କରି ସମସ୍ତଙ୍କ ପାଖରେ ଉଦାହରଣ ପାଲଟିଛନ୍ତି ଏସ୍‌ପି ରବିନ୍ କୁମାର ।

ଯୁବ ଆଇପିଏସ୍ ଅଫିସର ରବିନ କୁମାର । ଆସାମର ବାରପେଟା ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟରତ । କରୋନା ମହାମାରୀରେ ଖାକି ପିନ୍ଧି ପାଲଟିଛନ୍ତି ଡାକ୍ତର । ୨୦୧୩ ବ୍ୟାଚର ଆଇପିଏସ ଅଫିସର ରବିନ ଜଣେ ମେଡିସିନ୍ ସ୍ପେଶାଲିଷ୍ଟ । ଯାହା ତାଙ୍କୁ କରୋନା କାଳରେ ବେଶ ସହାୟକ ହୋଇଛି । ବାରପେଟା ରିଜର୍ଭ ପୋଲିସ ପାଇଁ ରବିନ କୁମାର ୫୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ କେୟାର ସେଣ୍ଟର ବି ଖୋଲିଛନ୍ତି । ଯେଉଁଥିରେ ପୋଲିସ କର୍ମଚାରୀ ଓ ତାଙ୍କ ପରିବାର ଲୋକେ ବେଶ ଉପକୃତ ହୋଇପାରିଛନ୍ତି ।

ନିକଟରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ସେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲେ । ତେବେ ପୋଲିସ କର୍ମୀଙ୍କ ପାଇଁ ଏସ୍‌ପି ରବିନ କୁମାର ଆସାମ ଡିଜିପି ଭାସ୍କର ଜ୍ୟୋତି ମହନ୍ତଙ୍କଠାରୁ ଅନୁମତି ନେଇ କୋଭିଡ ସେଣ୍ଟର ଖୋଳିଥିଲେ ।

ରବିନ କୁମାରଙ୍କ ଏହି ମହତ କାମ ପାଇଁ ତାଙ୍କୁ ଆଇପିଏସ୍ ସଙ୍ଗଠନ ଭୁରିଭୁରି ପ୍ରଶଂସା କରିଛି । ଲାଲା ଲଜପତ୍ ରାୟ ମେମୋରିଆଲ୍ ମେଡିକାଲ କଲେଜରେ ଏମ୍‌ବିବିଏସ୍ ଓ ଏମ୍‌ଡି ପାସ୍ କରିଥିବା ରବିନ୍ ୭୬ଜଣ କରୋନା ସଂକ୍ରମିତ ପୋଲିସ ଅଫିସରଙ୍କ ଚିକିତ୍ସା କରିଥିଲେ । ତନ୍ମଧ୍ୟରୁ ସମସ୍ତେ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.