Latest Odisha News

BREAKING NEWS

ଜ୍ୱାଲା ଗୁଟ୍ଟା-ବିଷ୍ଣୁ ବିଶାଳଙ୍କ ମଧ୍ୟରେ ନିର୍ବନ୍ଧ, ଉଭୟଙ୍କ ପାରିବାରିକ ଜୀବନର ଏହା ଦ୍ୱିତୀୟ ଇନିଂସ

ଚେନ୍ନାଇ:ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଗୁଟ୍ଟା ଓ ଦକ୍ଷିଣ ଭାରତର ଅଭିନେତା ବିଷ୍ଣୁ ବିଶାଳଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଜ୍ୱାଲାଙ୍କୁ ୩୭ତମ ଜନ୍ମ ଦିବସ ଅବସରରେ ବିଷ୍ଣୁ ତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ । ଉଭୟଙ୍କ ପାରିବାରିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଜ୍ୱାଲା ୨୦୦୫ରେ ସାଥୀ ଖେଳାଳି ଚେତନ ଆନନ୍ଦଙ୍କୁ ବିବାହ କରିଥିଲେ । ମାତ୍ର ୨୦୧୧ରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା ।

ସେହିପରି ବିଷ୍ଣୁ ୨୦୧୦ରେ ରଜନୀ ନଟରାଜନଙ୍କୁ ବିବାହ କରିଥିଲେ । ସେମାନଙ୍କ ଆର୍ଯ୍ୟନ ନାମକ ପୁତ୍ର ମଧ୍ୟ ଅଛି । ୨୦୧୮ରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ । ଉଭୟ ସେମାନଙ୍କ ଟୁଇଟର ପେଜରେ ନିର୍ବନ୍ଧ ସମ୍ପର୍କରେ ଜଣାଇଛନ୍ତି । ଅର୍ଜୁନ ପୁରସ୍କାର ବିଜେତା ଜ୍ୱାଲା ୨୦୧୨ ଓ ୨୦୧୬ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଅଶ୍ୱିନ ପୋନାପ୍ପାଙ୍କ ସହ ତାଙ୍କ ଡବଲ୍ସ ଯୋଡି ଭାରତ ପାଇଁ ବେଶ୍ ସଫଳତା ଆଣିଥିଲା ।

Leave A Reply

Your email address will not be published.