Latest Odisha News

ଆସାମ ବନ୍ୟାରେ ବୁଡିଲା କାଜିରଙ୍ଗା ଜାତୀୟ ଉଦ୍ୟାନ, ଭାସିଗଲେ ୧୭ ଜୀବଜନ୍ତୁ

ଆସାମ: ଆସାମରେ ବନ୍ୟା ଯୋଗୁଁ ଜଳମଗ୍ନ ହୋଇପଡିଛି କାଜିରଙ୍ଗା ଜାତୀୟ ଉଦ୍ୟାନ। ବନ୍ୟା ପାଣି ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣ ଜୀବଜନ୍ତୁଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜୀବଜନ୍ତୁଙ୍କୁ ବନ୍ୟା ଜଳରୁ ଉଦ୍ଧାର କରାଯାଇଛି। ଏନେଇ ଉଦ୍ୟାନର ଜ‌ଣ‌େ ଅଧିକାରୀ ସୂଚନା ଦେଇଛନ୍ତି।

ବନ୍ୟା ଜଳରେ ବୁଡ଼ି ୧୧ଟି ହରିଣଙ୍କର ମୃତ୍ୟୁ ‌ହ‌ୋଇଥିବା ବେଳେ ଚିକିତ୍ସା ସମୟରେ ପାଞ୍ଚଟି ହରିଣର ଜୀବନ ଯାଇଥିଲା। ତେବେ ବନ ଅଧିକାରୀମାନେ ୬୩ ହରିଣ, ଦୁଇଟି ଓଟର, ସମ୍ବର ଏବଂ ଏକ ପେଚା ଏବଂ ଛୁଆ ଗଣ୍ଡା ଏବଂ ଜଙ୍ଗଲୀ ବିଲେଇ ଉଦ୍ଧାର କରିଥିବା ‌ନେଇ ଜଣାପଡିଛି।

ତେବେ ବର୍ତ୍ତମାନ ସୁଦ୍ଧା ୨୬ଟି ଜୀବଜନ୍ତୁଙ୍କ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ ୨୯ ପଶୁଙ୍କୁ ଚିକିତ୍ସା ପରେ ଛ‌ାଡି ଦିଆଯାଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି।

ତେବେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬.୪୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଘ‌େରର‌େ ରହିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.