ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୧୧ ଜିଲ୍ଲାର ୩ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ ଗୋଲପରା ଜିଲ୍ଲାର ରଙ୍ଗଜୁଲିରେ ଜଣଙ୍କର ମୃତ୍ୟୁ ଘଟିଛି।
ଆହୁରି ମଧ୍ୟ ବର୍ତ୍ତମାନ ଧେମାଜୀ, ଲକ୍ଷ୍ମୀପୁର, ନାଗାଓଁ, ହୋଜାଇ, ଡାରଙ୍ଗ, ବାରପେଟା, ନାଲବାରୀ, ଗୋଲପାରା, ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ, ଡିବ୍ରୁଗଡ ଏବଂ ଟିନୁସୁକିଆ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୨.୭୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଏଥିରେ କୁହାଯାଇଛି।
ସେହିପରି ଗୋଲପରା ହେଉଛି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲା, ଯେଉଁଠି ବନ୍ୟା ଯୋଗୁଁ ପାଖାପାଖି ୨.୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ତାପରେ ନାଲବାରୀ (୨୨,୦୦୦) ଏବଂ ନାଗାଓଁ (୧୧,୦୦୦) ରହିଛି ।
ତେବେ ଉଦ୍ଧାର କାର୍ଯ୍ୟରେ ଉଭୟ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ନିୟୋଜିତ ରହିଥିବା ବେଳେ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଉଲ୍ଲେଖଯୋଗ୍ୟ, କୋଭିଡ-୧୯ର ପ୍ରାଦୂର୍ଭାବକୁ ଦୃଷ୍ଟିରେ ରଖି ରିଲିଫ୍ କ୍ୟାମ୍ପ ଗୁଡିକରେ ସାମାଜିକ ଦୂରତା, ହାତ ସଫା ତଥା ସାନିଟାଇଜେସନ୍ ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ।
Comments are closed.