Latest Odisha News

BREAKING NEWS

ଆସାମରେ ପୁଣି ବନ୍ୟା, ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଦିସପୁର: ଆମାସରେ ପୁଣି ବନ୍ୟା । ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟାକୁ ସାମ୍ନା କୁରଛି ଆସାମ । ବନ୍ୟା ଯୋଗୁଁ ୧୩ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁସାରେ ସୋମବାର ଆସମରେ ପ୍ରବଳ ବର୍ଷା ଯୋଗୁଁ ସେଠାକାର ବନ୍ୟା ସ୍ଥିତି ଆହୁରି ବିଗିଡି ଯାଇଛି ।

କରୋନା ମହାମାରୀ ଭିତରେ ଆସାମରେ ତୃତୀୟ ଥର ପାଇଁ ବନ୍ୟା ଆସିଛି । ଏଥିପାଇଁ ୧୩ଟି ଜିଲ୍ଲାର ୩୯୦ଟି ଗାଁ, ୧୩,୫୦୦ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି । ସୂଚନା ମୁତାବକ, ନାଗାଓଁ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଧମାଜୀ ଜିଲ୍ଲାରେ ଜଣେ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ନାଗାଓଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୧.୯୯ ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି ।

ଆମାସର ବିଭିନ୍ନ ଜିଲ୍ଲାରେ ୧୩ଟି ଆଶ୍ରୟ ଗୃହ ନିର୍ମାଣ କରାଯାଇଛି । ରାଜ୍ୟର ପ୍ରମୁଖ ନଦୀ ବ୍ରହ୍ମପୁତ୍ରରେ ପାଣି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

Leave A Reply

Your email address will not be published.