Latest Odisha News

BREAKING NEWS

ନିର୍ଭୟ ମିସାଇଲ୍: ଲଦାଖରୁ ମାରିଲେ ତିବ୍ଦତରେ ଟାର୍ଗେଟ ଭେଦିବ, ଜାଣନ୍ତୁ ଖାସ୍ କଥା

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ରୂପ ନେଉଛି ଭାରତ-ଚୀନ୍ ସୀମା ବିବାଦ । ଏଲଏସିରେ ଏବେ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ଅସ୍ତ୍ରଶସ୍ତ୍ର ଠୁଳ କଲେଣି । ଚୀନକୁ ମୁହଁତୋଡ ଜବାବ ଦେବାକୁ ଭାରତ ସୀମାରେ ସବୁଠୁ ଶକ୍ତିଶାଳୀ ମିସାଇଲକୁ ମୁତୟନ କରିଛି । ତୟାର ରହିଛି ନିର୍ଭୟ ମିସାଇଲ୍ । ଶହ ଶହ କିଲୋମିଟର ଯାଏ ଭେଦି ପାରିବ ।

ହଜାରେ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରଖିଛି ନିର୍ଭୟ କ୍ରୁଜ ମିସାଇଲ୍ । ବିଶେଷଜ୍ଞଙ୍କ ମତରେ ଏହାର ଟାର୍ଗେଟ ଫେଲ୍ ହେବନି । ଡିଆରଡିଓ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ ମିସାଇଲ୍ । ପ୍ରଥମ ଥର ପାଇଁ ଏହାକୁ ନିୟୋଜନ କରାଯାଇଛି । ଗତ ସାତ ବର୍ଷ ହେବ ଏହାର ପରୀକ୍ଷଣ ଚାଲିଥିଲା । ଯେକୌଣସି ପାଣିପାଗରେ ଶତ୍ରୁ ପକ୍ଷର ଟାର୍ଗେଟକୁ ଧ୍ୱଂସ କରିବା କ୍ଷମତା ରଖଛି ନିର୍ଭୟ ।

ଲଦାଖରୁ ତିବ୍ଦଦ ଯାଏଁ ଲକ୍ଷ୍ୟ ଭେଦି ପାରିବ ଏହି ବିଧ୍ୱଂସକାରୀ ମିସାଇଲ୍ । ନିର୍ଭୟ ମିସାଇଲର ଲମ୍ବ ୬ ମିଟର, ଓଜନ ୧୫ଶହ କିଲୋଗ୍ରାମ୍ । ଦୁଇଟି ପାର୍ଶ୍ୱ ଡେଣା ସହିତ ଏହି କ୍ଷେପଣାସ୍ତ୍ର ଭୂମିରୁ ୧୦୦ ମିଟରରୁ ୪ କିଲୋମିଟର ପର୍ୟ୍ୟନ୍ତ ବିଭିନ୍ନ ଉଚ୍ଚତାରେ ଉଡ଼ିବାରେ ସକ୍ଷମ । ସେହିପରି ଶତ୍ରୁ ପକ୍ଷର ରାଡାର ଦ୍ୱାରା ଚିହ୍ନଟ ନହେବା ପାଇଁ ନିମ୍ନ ଉଚ୍ଚତାରେ (ନିମ୍ନ ଗଛ ସ୍ତର ପରି) ମଧ୍ୟ ଉଡିପାରେ ।

ସେପଟେ ଚିବ୍ଦତର ବିଭିନ୍ନ ସ୍ଥାନରେ ଅଚାନକ ମିସାଇଲ୍ ମୁତୟନ କରିଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ବା ପିଏଲଏ । ସାଟେଲାଇଟ୍ ଫଟୋରୁ ଚୀନର ସମରସଜ୍ଜା ସ୍ପଷ୍ଟ ହୋଇଛି ।

ଭାରତୀୟ ସେନା ପକ୍ଷରୁ ସୀମାରେ ରଣକ୍ଷେତ୍ର ପ୍ରସ୍ତୁତି ଚାଲିଛି । ଶକ୍ତିଶାଳୀ ଟ୍ୟାଙ୍କ, ଲଢୁଆ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଠୁଳ କରାଗଲାଣି । ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ ଭାରତ ପାଖରେ ରହିଛି ଟି-୯୦, ଟି-୭୨, ବିଏମପି-୨ ଭଳି ଲଢୁଆ ବିମାନ । ମାଇନସ୍ ୪୦ ଡିଗ୍ରୀ ସେଲସିୟସରେ ବି ଏମାନେ କାମ କରିପାରିବେ

Leave A Reply

Your email address will not be published.